ମସ୍କୋ ଆତଙ୍କୀ ହମଲାରେ କାଲସ୍ନକୋଭ୍ ରାଇଫଲ୍ ବ୍ୟବହାର; ଯାଞ୍ଚ ଏଜେନ୍ସି ଦ୍ବାରା ବହୁ ଅସ୍ତ୍ରଶସ୍ତ୍ର ଜବତ

ମସ୍କୋ: ଋଷ୍ ରାଜଧାନୀ ମସ୍କୋରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଗୁଳିକାଣ୍ଡରେ ପ୍ରାୟ ୧୪୫ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ମସ୍କୋରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ହମଲା ବୋଲି କୁହାଯାଉଛି । ତେବେ ଏହି ଆତ୍ମଘାତୀ ଆକ୍ରମଣକୁ ISIS ନିଜ ଉପରକୁ ନେଇଛି । ଋଷ୍ କନସର୍ଟ ହଲରେ ୪ରୁ ୫ ଆତଙ୍କୀ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଏଥିରେ ୭୦ଜଣ ପ୍ରାଣ ହରାଇଛନ୍ତି । ତେବେ ଏହି ଆତ୍ମଘାତୀ ହମଲାରେ ଇସଲାମିକ୍ ଷ୍ଟେଟର ଆତଙ୍କୀ କାଲସ୍ନକୋଭ୍ ରାଇଫଲ୍ ବ୍ୟବହାର କରିଥିବା ଜଣିପଡ଼ିଛି । ଋଷ୍ ଯାଞ୍ଚ ଏଜେନ୍ସି ରାଇଫଲ୍ ଏବଂ ଏଥିରୁ ଚଳାଯାଇଥିବା ବୁଲେଟ୍ ହିସାବ ସହିତ ଫଟୋ ଦେଇଛି । କାଲସ୍ନକୋଭ୍ ରାଇଫଲକୁ ରୁଷିଆ ଭାଷାରେ କଲଶ୍ ବୋଲି କୁହାଯାଏ । ସୋଭିଏତ୍ ୟୁନିୟନ ସମୟରେ ୧୯୪୭ରେ ପ୍ରଥମ ଥର ପାଇଁ ଏହିକୁ ତିଆରି କରାଯାଇଥିଲା । ଯାହାକୁ ଏକେ-୭୪ ରାଇଫଲ୍ ମଧ୍ୟ କୁହାଯାଏ । ହମଲା ପରେ ଘଟଣାର ତଦନ୍ତ କରୁଥିବା ଟିମ୍ ବହୁଳ ମାତ୍ରାରେ ମାଗଜିନ୍ ଜବତ କରିଛି । ସେହିପରି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ବୁଲେଟ୍ ଗୁଡ଼ିକର ଖୋକାକୁ ମଧ୍ୟ ଜବତ୍ କରିଛି । ଏହିଛଡ଼ା ଆତଙ୍କବାଦୀ ଛାଡ଼ିଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ୍ କରିଛି ।ମସ୍କୋର କନସର୍ଟ ହଲ୍‌ରେ ISIS ହମଲା; ବିସ୍ଫୋରଣରେ ୭୦ ମୃତ ଏବଂ ୧୦୦ରୁ ଅଧିକ ଆହତଏହି ଆକ୍ରମଣକୁ ଇସଲାମିକ୍ ଷ୍ଟେଟ୍ ନିଜ

ମସ୍କୋ ଆତଙ୍କୀ ହମଲାରେ କାଲସ୍ନକୋଭ୍ ରାଇଫଲ୍ ବ୍ୟବହାର; ଯାଞ୍ଚ ଏଜେନ୍ସି ଦ୍ବାରା ବହୁ ଅସ୍ତ୍ରଶସ୍ତ୍ର ଜବତ

ମସ୍କୋ: ଋଷ୍ ରାଜଧାନୀ ମସ୍କୋରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଗୁଳିକାଣ୍ଡରେ ପ୍ରାୟ ୧୪୫ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ମସ୍କୋରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ହମଲା ବୋଲି କୁହାଯାଉଛି । ତେବେ ଏହି ଆତ୍ମଘାତୀ ଆକ୍ରମଣକୁ ISIS ନିଜ ଉପରକୁ ନେଇଛି । ଋଷ୍ କନସର୍ଟ ହଲରେ ୪ରୁ ୫ ଆତଙ୍କୀ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଏଥିରେ ୭୦ଜଣ ପ୍ରାଣ ହରାଇଛନ୍ତି । ତେବେ ଏହି ଆତ୍ମଘାତୀ ହମଲାରେ ଇସଲାମିକ୍ ଷ୍ଟେଟର ଆତଙ୍କୀ କାଲସ୍ନକୋଭ୍ ରାଇଫଲ୍ ବ୍ୟବହାର କରିଥିବା ଜଣିପଡ଼ିଛି । ଋଷ୍ ଯାଞ୍ଚ ଏଜେନ୍ସି ରାଇଫଲ୍ ଏବଂ ଏଥିରୁ ଚଳାଯାଇଥିବା ବୁଲେଟ୍ ହିସାବ ସହିତ ଫଟୋ ଦେଇଛି । 

କାଲସ୍ନକୋଭ୍ ରାଇଫଲକୁ ରୁଷିଆ ଭାଷାରେ କଲଶ୍ ବୋଲି କୁହାଯାଏ । ସୋଭିଏତ୍ ୟୁନିୟନ ସମୟରେ ୧୯୪୭ରେ ପ୍ରଥମ ଥର ପାଇଁ ଏହିକୁ ତିଆରି କରାଯାଇଥିଲା । ଯାହାକୁ ଏକେ-୭୪ ରାଇଫଲ୍ ମଧ୍ୟ କୁହାଯାଏ । ହମଲା ପରେ ଘଟଣାର ତଦନ୍ତ କରୁଥିବା ଟିମ୍ ବହୁଳ ମାତ୍ରାରେ ମାଗଜିନ୍ ଜବତ କରିଛି । ସେହିପରି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ବୁଲେଟ୍ ଗୁଡ଼ିକର ଖୋକାକୁ ମଧ୍ୟ ଜବତ୍ କରିଛି । ଏହିଛଡ଼ା ଆତଙ୍କବାଦୀ ଛାଡ଼ିଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ୍ କରିଛି ।

ମସ୍କୋର କନସର୍ଟ ହଲ୍‌ରେ ISIS ହମଲା; ବିସ୍ଫୋରଣରେ ୭୦ ମୃତ ଏବଂ ୧୦୦ରୁ ଅଧିକ ଆହତ

ଏହି ଆକ୍ରମଣକୁ ଇସଲାମିକ୍ ଷ୍ଟେଟ୍ ନିଜ ଉପରକୁ ନେଇ ଟେଲିଗ୍ରାମ୍ ଜରିଆରେ ଦାବି କରିଛି । ଆତଙ୍କବାଦୀ ମସ୍କୋର କନସର୍ଟ ହଲରେ ବିସ୍ଫୋରଣ ଓ ଗୁଳିକାଣ୍ଡ କରିବା ପରେ ଫେରାର୍ ହୋଇଯାଇଛନ୍ତି । ମାତ୍ର ଋଷ୍ ମିଡିଆ ଏହାକୁ ଖରାଜ୍ କରିଛି । ISIS ଦାବି କରିଥିବା ଆତଙ୍କୀ ଫର୍ଜି ବୋଲି କହିଛି । ଏହି ଘଟଣାକୁ ନେଇ କୌଣସି ସ୍ଥାନୀୟ ଏଜେନ୍ସ ଦାବି କରିନାହାନ୍ତି । ଋଷର କନସର୍ଟ ହଲ୍ ବହୁ ଲୋକପ୍ରିୟ ସ୍ଥାନ । ଘଟଣା ଦିନ ଏହି ସ୍ଥାନରେ ପ୍ରାୟ ୬,୨୦୦ ଅଧିକ ଲୋକ ଠୁଳ ହୋଇଥିଲେ । ଏହି ସମୟ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ ।