ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଆରମ୍ଭ 

ହରଭଙ୍ଗା: ପ୍ରତିବର୍ଷ ଭଳି ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛାମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା (ପଶ୍ଚିମ) ଭଳି ୪ଟି ରେଞ୍ଜରେ ଚଳିତବର୍ଷ ପ୍ରାକ ମୌସୁମୀ ବାଘ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଚଳିତବର୍ଷ ଛଅ ଦିନ ଧରି ଡିଜିଟାଲ ସର୍ଭେ, ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ଜଣ, ଛାମୁଣ୍ଡିଆ ରେଞ୍ଜର ୧୧ଟି ବିଟ୍ ରେ ୩୩ଜଣ, ବାଣିଗୋଛା ୦୭ଟି […]

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଆରମ୍ଭ 

ହରଭଙ୍ଗା: ପ୍ରତିବର୍ଷ ଭଳି ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛାମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା (ପଶ୍ଚିମ) ଭଳି ୪ଟି ରେଞ୍ଜରେ ଚଳିତବର୍ଷ ପ୍ରାକ ମୌସୁମୀ ବାଘ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଚଳିତବର୍ଷ ଛଅ ଦିନ ଧରି ଡିଜିଟାଲ ସର୍ଭେ, ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ଟି ବିଟରେ ୩୩ଜଣ, ଛାମୁଣ୍ଡିଆ ରେଞ୍ଜର ୧୧ଟି ବିଟ୍ ରେ ୩୩ଜଣ, ବାଣିଗୋଛା ୦୭ଟି ବିଟରେ ୨୧ଜଣ ଏବଂ କୁଆଁରିଆ ୦୭ଟି ବିଟରେ ୨୧ଜଣକୁ ମିଶାଇ ମୋଟ ୩୬ ଟି ବିଟ୍ ରେ ୧୦୮ ଜଣ  ବନ୍ୟପ୍ରାଣୀ କର୍ମଚାରୀ  ନିୟୋଜିତ ହୋଇଥିବା ସୂଚନା ମିଳିଛି। ଏଥିପାଇଁ  ୫୪୦ଟି ସ୍ଥାନରେ (.ପି.ଆଇ) ପାଦଚିହ୍ନ  ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବିଟ୍ ରେ ୩ଜଣ ଲେଖାଏଁ  କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଗୋଟିଏ ଗୋଟିଏ ଟ୍ରାନଜିଟ ଲାଇନର ଦୂରତା ୨କିଲୋମିଟର ରହିଛି। ତିନିଜଣିଆ ଟିମ୍ ସକାଳୁ ସକାଳୁ ଅଭୟାରଣ୍ୟ ମଧ୍ୟରେ ଥିବା  ବିଭିନ୍ନ ବିଟ ଅଂଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ, ମଳ, ଗର୍ଜ୍ଜନ, ରାମ୍ପୁଡା ଦାଗକୁ ଚିହ୍ନଟ କରି  ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଚାଲିବ।

ଦୀର୍ଘ ୧୮ ବର୍ଷ ପରେ ଜୁନ୍‌ରେ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର, ମଙ୍ଗଳ, ଧନର ହେବ ବର୍ଷା, ବଢିବ ଦରମା, ହେବ ବିବାହ, ସବୁଥିରେ ମିଳିବ ସଫଳତା..

ପ୍ରତ୍ୟେକ ରେଞ୍ଜରେ ଗୋଟିଏ ଟ୍ରାନିଜିଟରେ ଏହି ଗଣନା କାର୍ଯ୍ୟ ଚାଲିଥିବାବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ, ଚିତାବାଘ, ବଣ କୁକୁର, ରାମଶୀଆଳ ଭଳି ସମସ୍ତ ପ୍ରଜାତିର ମାଂସାଶୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଉଛି। ପ୍ରଥମ ଦଫାରେ ୧୯ ରୁ୨୧ ତିନି ଦିନ ପର୍ଯ୍ୟନ୍ତ ମାଂସାଶୀ ପ୍ରାଣୀ, ବଡ ତୃଣଭୋଜି ପ୍ରାଣୀଙ୍କ ସର୍ଭେ କରାଯିବ। ଦ୍ୱିତୀୟ ଦଫାରେ ଅର୍ଥାତ ୨୨ ରୁ୨୪ ପର୍ଯ୍ୟନ୍ତ ତିନି ଦିନ ଧରି ତୃଣଭୋଜୀ ପ୍ରାଣୀ, ଟ୍ରାନଜିଟ୍ ଲାଇନ ସହିତ ବୃକ୍ଷରାଜୀ ଏବଂ ଗୁଳ୍ମ ଲତାଙ୍କ ପି.ଆଇ.ପି ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ସର୍ଭେ କରାଯାଇ ଗଣନା କାର୍ଯ୍ୟ କରାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପୂର୍ବବର୍ଷ ଗଣନାରୁ ସାତକୋଶିଆରେ ୧୮ଟି  କଲରାପତରିଆ ବାଘ ରହିଥିବା ବେଳେ ହରିଣ, କୁଟୁରା, ହାତୀ, ଗୟଳ, ସମ୍ବର, ଝିଙ୍କ, ଭାଲୁ ,ବଣ କୁକୁର ଭଳି ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ଏହାପରେ ଆସନ୍ତା ଜୁଲାଇ ମାସରେ ପୋଷ୍ଟ ମୌସୁମୀ ଗଣନା କାର୍ଯ୍ୟ କରାଯିବ ବୋଲି କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଫିସର  ସଂସାର ବର୍ଗିଆ ସୂଚନା ଦେଇଛନ୍ତି। କୁଶଙ୍ଗ, ଛାମୁଣ୍ଡିଆ, ବାଣିଗୋଛା, କୁଆଁରିଆ ଭଳି ୪ ରେଞ୍ଜର ଗଣନା କାର୍ଯ୍ୟ  ନୟାଗଡ  ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ  ଫାଲଗୁନୀ ଶେଖର ମଲ୍ଲିକ ତଦାରଖ କରୁଥିବା ସୂଚନା ମିଳିଛି।

ଜବରଦସ୍ତ ଅଫର୍‌ ; ଶସ୍ତା ହେଲା ଭିଭୋ ୫ଜିର ଏହି ଫୋନ୍‌ର ଦାମ୍‌