ମୁମ୍ବାଇରେ ମୌସୁମୀ ବର୍ଷା, ସଡ଼କ ଭୂଷୁଡିବାରୁ ଟ୍ରାଫିକ୍ ଜାମ, ଫଶିଲେ ଲୋକେ
ମୁମ୍ବାଇ ୯।୭: ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ଫଳରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜମାର୍ଗରେ ସଡ଼କ ଭୂଷୁଡିବାରୁ ରବିବାର ଯାତାୟାତ ପ୍ରଭାବିତ ହୋଇଛି। ମୁମ୍ବାଇ ଓ ଏହାର ପଡୋଶୀ ଅଞ୍ଚଳରେ ଗତ ୨୪ ଘଣ୍ଟା ହେଲା ବର୍ଷା ଲାଗି ରହିଛି। ଫଳରେ ତାପମାତ୍ରା ହ୍ରାସ ହୋଇଥିବା ବେଳେ ଲୋକଙ୍କୁ ଗ୍ରୀଷ୍ମ ଓ ଗୁଳଗୁଳିରୁ ଆଶ୍ୱସ୍ତି ମିଳିଛି। ଭୀଷଣ ବର୍ଷା ଯୋଗୁ ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ସଡ଼କର ଏକ ଅଂଶ ଭୂଷୁଡି ପଡିଛି। ଫଳରେ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜମାର୍ଗରେ ରବିବାର ସକାଳେ ୪ଘଣ୍ଟାରୁ ଅଧିକ କାଳ ଧରି ଯାତାୟାତ ବନ୍ଦ ହୋଇଯାଇଥିଲା। ପୋଲିସ ନିୟନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଭୀଷଣ ବର୍ଷା ଯୋଗୁ ପାଲଘରର ମାଲଜୀପଡାରେ ସଡକର ଏକ ଅଂଶ ଭୂଷୁଡିବା ବେଳେ ସେଠାରେ ପାଇପଲାଇନ ମରାମତି କାମ ଚାଲିଥିଲା। ଫଳରେ ଯାତାୟାତ ବାଧିତ ହୋଇଥିଲା। ମୁମ୍ବାଇରେ ମୌସୁମୀ ଆଗମନ ସହ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ୧୧ ଜୁନ ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରିଛନ୍ତି। ଆଇଏମଡିଙ୍କ ଅନୁସାରେ ଆଗାମୀ ସପ୍ତାହ ସାରା ମୁମ୍ବାଇରେ ସର୍ବାଧିକ ତାପମାତ୍ରା ୨୯ରୁ ୩୨ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିପାରେ। ସେହିପରି ସର୍ବନିମ୍ନ ତାପମାତ୍ରା ୨୫ରୁ ୨୬ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିବ। ମୌସୁମୀ ଆଗମନ ପରଠାରୁ ମହାରାଷ୍ଟ୍ରର ଠାଣେ, ନାସିକ,ଛତ୍ରପତି ଶମ୍ଭାଜୀନଗର, ଅହ
ମୁମ୍ବାଇ ୯।୭: ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଛି। ଫଳରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜମାର୍ଗରେ ସଡ଼କ ଭୂଷୁଡିବାରୁ ରବିବାର ଯାତାୟାତ ପ୍ରଭାବିତ ହୋଇଛି। ମୁମ୍ବାଇ ଓ ଏହାର ପଡୋଶୀ ଅଞ୍ଚଳରେ ଗତ ୨୪ ଘଣ୍ଟା ହେଲା ବର୍ଷା ଲାଗି ରହିଛି। ଫଳରେ ତାପମାତ୍ରା ହ୍ରାସ ହୋଇଥିବା ବେଳେ ଲୋକଙ୍କୁ ଗ୍ରୀଷ୍ମ ଓ ଗୁଳଗୁଳିରୁ ଆଶ୍ୱସ୍ତି ମିଳିଛି।
ଭୀଷଣ ବର୍ଷା ଯୋଗୁ ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ସଡ଼କର ଏକ ଅଂଶ ଭୂଷୁଡି ପଡିଛି। ଫଳରେ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜମାର୍ଗରେ ରବିବାର ସକାଳେ ୪ଘଣ୍ଟାରୁ ଅଧିକ କାଳ ଧରି ଯାତାୟାତ ବନ୍ଦ ହୋଇଯାଇଥିଲା। ପୋଲିସ ନିୟନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଭୀଷଣ ବର୍ଷା ଯୋଗୁ ପାଲଘରର ମାଲଜୀପଡାରେ ସଡକର ଏକ ଅଂଶ ଭୂଷୁଡିବା ବେଳେ ସେଠାରେ ପାଇପଲାଇନ ମରାମତି କାମ ଚାଲିଥିଲା। ଫଳରେ ଯାତାୟାତ ବାଧିତ ହୋଇଥିଲା।

ମୁମ୍ବାଇରେ ମୌସୁମୀ ଆଗମନ ସହ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ୧୧ ଜୁନ ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରିଛନ୍ତି। ଆଇଏମଡିଙ୍କ ଅନୁସାରେ ଆଗାମୀ ସପ୍ତାହ ସାରା ମୁମ୍ବାଇରେ ସର୍ବାଧିକ ତାପମାତ୍ରା ୨୯ରୁ ୩୨ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିପାରେ। ସେହିପରି ସର୍ବନିମ୍ନ ତାପମାତ୍ରା ୨୫ରୁ ୨୬ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିବ। ମୌସୁମୀ ଆଗମନ ପରଠାରୁ ମହାରାଷ୍ଟ୍ରର ଠାଣେ, ନାସିକ,ଛତ୍ରପତି ଶମ୍ଭାଜୀନଗର, ଅହମଦ ନଗର, ସତାରା ଓ ଜଲଗାଓଁ ସହିତ ଅନ୍ୟ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଭଲ ବର୍ଷା ହୋଇଛି।
ରବିବାର ପୂର୍ବାହ୍ନ ସାଢେ ୮ଟାରେ ସମାପ୍ତ ହୋଇଥିବା ୨୪ ଘଣ୍ଟାରେ ମୁମ୍ବାଇରେ ୬୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଦକ୍ଷିଣ ମୁମ୍ବାଇରେ ୬୭ ମିଲିମିଟର, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୬୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏହି ସମୟରେ ସତାରା ଭଳି କିଛି କୃଷି ଜିଲ୍ଲାରେ ଗତ ଦିନକରେ ୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ସମୟରେ ନାସିକରେ ୬୪,ଅହମଦନଗରରେ ୫୭, ଛତ୍ରପତି ଶମ୍ଭାଜୀ ନଗରରେ ୫୧ ଓ ଜଲଗାଓଁରେ ୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।