ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗସ୍ତରେ ଯିବେ ପିଏମ୍ ମୋଦୀ, ମସ୍କୋ-କିଭ୍ ମଧ୍ୟରେ ମଧ୍ୟସ୍ଥତା କରିବନି ଭାରତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ଗସ୍ତ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ଏହା ସ୍ପଷ୍ଟ କରିଛି । ଏମ୍ଇଏ କହିଛି ଯେ ରୁଷ ସହ ଜାରି ଯୁଦ୍ଧ ଭିତରେ ଏହା ପିଏମ୍ ମୋଦୀଙ୍କ ପ୍ରଥମ ୟୁକ୍ରେନ ଯାତ୍ରା । ଉଲ୍ଲେଖଯୋଗ୍ୟ ଯେ ୧୯୯୧ରେ ସୋଭିଏତ୍ ସଂଘରୁ ୟୁକ୍ରେନ ସ୍ୱାଧୀନ ହେବା ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କିଭ୍ ଯାତ୍ରା ହେବ ।ପିଏମ୍ ମୋଦୀ ଗତ ମାସରେ ରୁଷ ଗସ୍ତ କରି ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ୟୁକ୍ରେନ ସଂକଟର ସୈନ୍ୟ ସମାଧାନ ସମ୍ଭବ ନୁହେଁ । ଅନ୍ୟପଟେ ସୂତ୍ର ଅନୁସାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭାରତ ସିଧା ମଧ୍ୟସ୍ଥତା କରିବ ନାହିଁ । ତେବେ ଦୁଇ ମଧ୍ୟରେ ସନ୍ଦେଶ ପହଞ୍ଚାଇବାରେ ସହଯୋଗ କରିପାରେ ।ଗତ ମାସରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସହ ସହ କଥା ହୋଇଥିଲେ ଜେଲେନସ୍କିଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଆଣ୍ଡ୍ରି ୟରମକ । ଏହି କଥାବର୍ତ୍ତାରେ ୟରମକ କହିଥିଲେ ଯେ ପିଏମ୍ ମୋଦୀ ୟୁକ୍ରେନରେ ଶାନ୍ତି ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ସୂତ୍ର ଅନୁସାରେ ଭାରତୀୟ ପକ୍ଷ ଉଭୟ ଯୁଦ୍ଧଗ୍ରସ୍ତ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ରୂପେ ମଧ୍ୟସ୍ଥତା ଭୂମିକା ପାଇଁ ଇଚ୍ଛୁକ ନାହିଁ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ଗସ୍ତ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ଏହା ସ୍ପଷ୍ଟ କରିଛି । ଏମ୍ଇଏ କହିଛି ଯେ ରୁଷ ସହ ଜାରି ଯୁଦ୍ଧ ଭିତରେ ଏହା ପିଏମ୍ ମୋଦୀଙ୍କ ପ୍ରଥମ ୟୁକ୍ରେନ ଯାତ୍ରା । ଉଲ୍ଲେଖଯୋଗ୍ୟ ଯେ ୧୯୯୧ରେ ସୋଭିଏତ୍ ସଂଘରୁ ୟୁକ୍ରେନ ସ୍ୱାଧୀନ ହେବା ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କିଭ୍ ଯାତ୍ରା ହେବ ।
ପିଏମ୍ ମୋଦୀ ଗତ ମାସରେ ରୁଷ ଗସ୍ତ କରି ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ୟୁକ୍ରେନ ସଂକଟର ସୈନ୍ୟ ସମାଧାନ ସମ୍ଭବ ନୁହେଁ । ଅନ୍ୟପଟେ ସୂତ୍ର ଅନୁସାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭାରତ ସିଧା ମଧ୍ୟସ୍ଥତା କରିବ ନାହିଁ । ତେବେ ଦୁଇ ମଧ୍ୟରେ ସନ୍ଦେଶ ପହଞ୍ଚାଇବାରେ ସହଯୋଗ କରିପାରେ ।
ଗତ ମାସରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସହ ସହ କଥା ହୋଇଥିଲେ ଜେଲେନସ୍କିଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଆଣ୍ଡ୍ରି ୟରମକ । ଏହି କଥାବର୍ତ୍ତାରେ ୟରମକ କହିଥିଲେ ଯେ ପିଏମ୍ ମୋଦୀ ୟୁକ୍ରେନରେ ଶାନ୍ତି ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ସୂତ୍ର ଅନୁସାରେ ଭାରତୀୟ ପକ୍ଷ ଉଭୟ ଯୁଦ୍ଧଗ୍ରସ୍ତ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ରୂପେ ମଧ୍ୟସ୍ଥତା ଭୂମିକା ପାଇଁ ଇଚ୍ଛୁକ ନାହିଁ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଆସି ନାହିଁ । ଉଲ୍ଲେଯୋଗ୍ୟ ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଭାରତ ସର୍ବାଜନୀନ ନିନ୍ଦା କରିବାଠାରୁ ଦୂରେଇ ରୁହେ । ନୂଆଦିଲ୍ଲୀ ୟୁଏନରେ ୟୁକ୍ରେନ ସହ ଜଡ଼ିତ ଅନେକ ପ୍ରସ୍ତାବ ବିରୋଧରେ ମତଦାନ କରିଛି କିମ୍ୱା ସେଥିରେ ସାମିଲ ହୋଇ ନାହିଁ । ଭାରତ ସବୁବେଳେ ରୁଷ-ୟୁକ୍ରେନ ବିବାଦକୁ କୂଟନୈତିକ ସ୍ତରରେ ସମାଧାନ ପାଇଁ କହି ଆସିଛି ।