ଯେତେ ହେଉ ନାଁ କାହିଁକି, ଏକ ଘଣ୍ଟାରୁ ବଢିବନି... IPLରେ ବଦଳିଲା ସୁପର ଓଭର ନିୟମ
ନୂଆଦିଲ୍ଲୀ: ଆଇପିଏଲରେ ନିର୍ଦ୍ଧାରିତ ଓଭର ଶେଷ ପରେ ମ୍ୟାଚ୍ର ଫଳାଫଳ ନବାହାରିଲେ ସୁପର ଓଭର ଖେଳାଯାଏା । କିନ୍ତୁ ଏଥର ଏଥିରେ ପରିବର୍ତ୍ତନ କରାଯାଇଛି । ଏହା ଅନୁସାରେ ଯେତେ ସୁପର ଓଭର ହେଉ ନାହିଁ କାହିଁ, ଗୋଟିଏ ଘଣ୍ଟା ଭିତରେ ପୂରା ଶେଷ ହେବା ଦରକାର । ଏହା ବ୍ୟତୀତ ସୁପର ଓଭର ବେଳେ ଗୋଟିଏ ଅସଫଳ ଡିଆରଏସ୍ ଅନୁମତି ମିଳିବ । ସୂଚନା ଅନୁସାରେ ଆଇପିଏଲ୍ ଅଧିନାୟକଙ୍କ ବୈଠକରେ ଏହି ସୂଚନା ଦିଆଯାଇଛି । ଆଇପିଏଲ୍ ୨୦୨୫ର ନୂଆ ସଂସ୍କରଣ ଆଜିଠାରୁ କୋଲକାତାର ଇଡନ୍ ଗାର୍ଡେନରେ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ କେକେଆର ଓ ଆରବିଆଇ ମଧ୍ୟରେ ଖେଳାଯିବ ।କ୍ରିକବଜ୍ ଅନୁସାରେ ମ୍ୟାଚ୍ ବିଜେତା ଘୋଷଣା ହେବା ପର୍ଯ୍ୟନ୍ତ ଯେତେ ବି ସୁପର ଓଭର ଦରକାର ପଡ଼ିବ ଖେଳାଯିବ, କିନ୍ତୁ ତାହା ଏକ ଘଣ୍ଟା ଭିତରେ ହିଁ ଶେଷ ହେବାକୁ ପଡ଼ିବ । ପ୍ରଥମ ମ୍ୟାଚ୍ ଶେଷ ହେବାର ୧୦ ମିନିଟ୍ ଭିତରେ ହିଁ ପ୍ରଥମ ସୁପର ଓଭର ଖେଳାଯିବ । ଯଦି ପ୍ରଥମ ସୁପର ଓଭର ବି ଟାଇ ହୁଏ ତେବେ ଏହାର ୫ ମିନିଟ୍ ଭିତରେ ଦ୍ୱିତୀୟ ସୁପର ଓଭର ଆରମ୍ଭ କରିବାକୁ ପଡ଼ିବ ।ସୂଚନା ଅନୁସାରେ ଯଦି ମ୍ୟାଚ୍ ରେଫରି ଅନୁଭବ କରନ୍ତି ଯେ ଏକ ଘଣ୍ଟାର ସମୟ ସରିବାକୁ ଯାଉଛି, ସେତେବେଳେ ସେ ଉଭୟ କ୍ୟାପ୍ଟେନଙ୍କୁ ଫାଇନାଲ ସୁପର ଓଭର ଖେଳାଯିବ ବୋଲି ଜଣାଇ ଦେବେ । ଉଭୟ ଟିମକୁ ସୁପର ଓଭରରେ ଗୋଟିଏ ଲେଖାଏଁ ଅସଫଳ ଡିଆରଏସର ଅନୁମତି ମିଳିବ ।
ନୂଆଦିଲ୍ଲୀ: ଆଇପିଏଲରେ ନିର୍ଦ୍ଧାରିତ ଓଭର ଶେଷ ପରେ ମ୍ୟାଚ୍ର ଫଳାଫଳ ନବାହାରିଲେ ସୁପର ଓଭର ଖେଳାଯାଏା । କିନ୍ତୁ ଏଥର ଏଥିରେ ପରିବର୍ତ୍ତନ କରାଯାଇଛି । ଏହା ଅନୁସାରେ ଯେତେ ସୁପର ଓଭର ହେଉ ନାହିଁ କାହିଁ, ଗୋଟିଏ ଘଣ୍ଟା ଭିତରେ ପୂରା ଶେଷ ହେବା ଦରକାର । ଏହା ବ୍ୟତୀତ ସୁପର ଓଭର ବେଳେ ଗୋଟିଏ ଅସଫଳ ଡିଆରଏସ୍ ଅନୁମତି ମିଳିବ । ସୂଚନା ଅନୁସାରେ ଆଇପିଏଲ୍ ଅଧିନାୟକଙ୍କ ବୈଠକରେ ଏହି ସୂଚନା ଦିଆଯାଇଛି । ଆଇପିଏଲ୍ ୨୦୨୫ର ନୂଆ ସଂସ୍କରଣ ଆଜିଠାରୁ କୋଲକାତାର ଇଡନ୍ ଗାର୍ଡେନରେ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ କେକେଆର ଓ ଆରବିଆଇ ମଧ୍ୟରେ ଖେଳାଯିବ ।
କ୍ରିକବଜ୍ ଅନୁସାରେ ମ୍ୟାଚ୍ ବିଜେତା ଘୋଷଣା ହେବା ପର୍ଯ୍ୟନ୍ତ ଯେତେ ବି ସୁପର ଓଭର ଦରକାର ପଡ଼ିବ ଖେଳାଯିବ, କିନ୍ତୁ ତାହା ଏକ ଘଣ୍ଟା ଭିତରେ ହିଁ ଶେଷ ହେବାକୁ ପଡ଼ିବ । ପ୍ରଥମ ମ୍ୟାଚ୍ ଶେଷ ହେବାର ୧୦ ମିନିଟ୍ ଭିତରେ ହିଁ ପ୍ରଥମ ସୁପର ଓଭର ଖେଳାଯିବ । ଯଦି ପ୍ରଥମ ସୁପର ଓଭର ବି ଟାଇ ହୁଏ ତେବେ ଏହାର ୫ ମିନିଟ୍ ଭିତରେ ଦ୍ୱିତୀୟ ସୁପର ଓଭର ଆରମ୍ଭ କରିବାକୁ ପଡ଼ିବ ।
ସୂଚନା ଅନୁସାରେ ଯଦି ମ୍ୟାଚ୍ ରେଫରି ଅନୁଭବ କରନ୍ତି ଯେ ଏକ ଘଣ୍ଟାର ସମୟ ସରିବାକୁ ଯାଉଛି, ସେତେବେଳେ ସେ ଉଭୟ କ୍ୟାପ୍ଟେନଙ୍କୁ ଫାଇନାଲ ସୁପର ଓଭର ଖେଳାଯିବ ବୋଲି ଜଣାଇ ଦେବେ । ଉଭୟ ଟିମକୁ ସୁପର ଓଭରରେ ଗୋଟିଏ ଲେଖାଏଁ ଅସଫଳ ଡିଆରଏସର ଅନୁମତି ମିଳିବ ।