ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାରେ ବିଭିନ୍ନ ପାର୍କମାନଙ୍କରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଏବଂ ସୁଇପରମାନଙ୍କୁ ଗତମାସର ଦରମା ଅଦ୍ୟାବଧି ମିଳି ନାହିଁ ।ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭିନ୍ନ ପାର୍କରେ ୪୨ଜଣ ସୁଇପର ଓ ସିକ୍ୟୁରିଟି ଗାର୍ଡ ନିୟୋଜିତ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲାର ବଡ଼ ପର୍ବ ରଜ। ତେବେ କର୍ମଚାରୀଙ୍କ ଦରମା ମିଳି ନ ଥିବାରୁ ସେମାନଙ୍କ ପାଇଁ ରଜ ଉତ୍ସବ ଫିକା ପଡିଯାଇଛି। ଯେତେବେଳେ ସମସ୍ତେ ଛୁଟିରେ ଦୋଳି ଖେଳିବା […] The post ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ appeared first on Dharitri Odia News.

ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାରେ ବିଭିନ୍ନ ପାର୍କମାନଙ୍କରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଏବଂ ସୁଇପରମାନଙ୍କୁ ଗତମାସର ଦରମା ଅଦ୍ୟାବଧି ମିଳି ନାହିଁ ।ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ବିଭିନ୍ନ ପାର୍କରେ ୪୨ଜଣ ସୁଇପର ଓ ସିକ୍ୟୁରିଟି ଗାର୍ଡ ନିୟୋଜିତ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲାର ବଡ଼ ପର୍ବ ରଜ। ତେବେ କର୍ମଚାରୀଙ୍କ ଦରମା ମିଳି ନ ଥିବାରୁ ସେମାନଙ୍କ ପାଇଁ ରଜ ଉତ୍ସବ ଫିକା ପଡିଯାଇଛି। ଯେତେବେଳେ ସମସ୍ତେ ଛୁଟିରେ ଦୋଳି ଖେଳିବା ସହ ନାଚଗୀତରେ ମସଗୁଲ ହେଉଛନ୍ତି ସେତେବେଳେ ଏହି କର୍ମଚାରୀମାନେ ବିନା ଛୁଟିରେ ଡ୍ୟୁଟି କରୁଛନ୍ତି।

ତେବେ ଦରମା ମିଳିଥିଲେ ଛୁଆପିଲାଙ୍କ ପାଇଁ ଲୁଗାପଟା କିଣିଥାନ୍ତେ ଏବଂ ପିଠାପଣା କରି ଧୁମଧାମରେ ରଜ ପାଳିଥାନ୍ତେ ବୋଲି କର୍ମଚାରୀ ଆଶା ରଖିଥିଲେ। ହେଲେ ଦରମା ନ ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏନେଇ ପୌରପାଳିକା ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସ କହିଛନ୍ତି ଯେ, ସେମାନଙ୍କ ନିଯୁକ୍ତି ଆଉଟ ସୋର୍ସିଂ ସଂସ୍ଥା ଜରିଆରେ କରାଯାଇଛି । ପୌରପାଳିକାରୁ ବିଲ ପାସ୍‌ ହେଲେ ସେମାନଙ୍କୁ ଦରମା ମିଳିଥାଏ ା ଏନେଇ କାହିଁକି ଦିଆଯାଇନାହିଁ ତାହା ବୁଝିବେ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ, ବିଲ ହୋଇ ନ ଥିବାରୁ ଦରମା ପୈଠ ହୋଇ ନାହିଁ ବୋଲି ଜଣାପଡିଛି ା ତେବେ ଗରୀବ କର୍ମଚାରୀଙ୍କୁ ଉକ୍ତ ନିଯୁକ୍ତି ଦେଇଥିବା ସଂସ୍ଥା ରଜ ପର୍ବ ପାଇଁ ନିଜ ହାତରୁ ସେମାନଙ୍କ ଦରମା ବା ଅଗ୍ରୀମ ଦେଇ ପାରିଥାନ୍ତେ। ପରେ ବିଲ ହୋଇଥିଲେ ବକେୟା ଅର୍ଥ ଦେଇଥାନ୍ତେ ।

ହେଲେ ପୂର୍ବରୁ ମଧ୍ୟ କର୍ମଚାରୀମାନେ ଠିକ୍‌ ସମୟରେ ଦରମା ମିଳୁ ନ ଥିବା ଏବଂ ସେମାନଙ୍କ କେତେ ପ୍ରାପ୍ୟ ବା ଦରମା ଠିକ ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏଣୁ ଶ୍ରମ ବିଭାଗ ପକ୍ଷରୁ ଯାଞ୍ଚ କରାଗଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସହରର ପ୍ରଦୀପ କୁମାର ମହାନ୍ତି କହିଛନ୍ତି।

The post ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ appeared first on Dharitri Odia News.