ଶିବ ମନ୍ଦିରରୁ ମିଳିଲା ମନୋଜଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ

ଯାଜପୁର ୦୧।୦୩ : ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଯାଜପୁର ଜିଲ୍ଲା ଟାଉନ୍‌ ଥାନା ମୋଟରାଙ୍ଗପାଳ ଗାଁ ମଝିରେ ଥିବା ଈଶାନେଶ୍ୱର ଶିବ ମନ୍ଦିରରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ଶନିବାର ସକାଳୁ ସକାଳୁ ଯାଜପୁର ମୋଟରାଙ୍ଗପାଳ ଗାଁର ବିଲ ମଝିରେ ଥିବା ଈଶାନେଶ୍ୱର ଶିବ ମନ୍ଦିରରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା ହୋଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଯାହାର ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  

ଶିବ ମନ୍ଦିରରୁ ମିଳିଲା ମନୋଜଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ

ଯାଜପୁର ୦୧।୦୩ : ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଯାଜପୁର ଜିଲ୍ଲା ଟାଉନ୍‌ ଥାନା ମୋଟରାଙ୍ଗପାଳ ଗାଁ ମଝିରେ ଥିବା ଈଶାନେଶ୍ୱର ଶିବ ମନ୍ଦିରରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ଶନିବାର ସକାଳୁ ସକାଳୁ ଯାଜପୁର ମୋଟରାଙ୍ଗପାଳ ଗାଁର ବିଲ ମଝିରେ ଥିବା ଈଶାନେଶ୍ୱର ଶିବ ମନ୍ଦିରରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା ହୋଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଯାହାର ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।