ଅଷ୍ଟ୍ରେଲିଆ ସଂସଦରେ ରୋହିତ୍ ଶର୍ମା; କହିଲେ କ୍ରୀଡ଼ା ମଧ୍ୟରେ ରହିଛି ଭଲପାଇବା ଓ ପ୍ରତିଦ୍ବନ୍ଦ୍ବିତା ମନୋଭାବ
ନୂଆଦିଲ୍ଲୀ: ଶନିବାର ଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଏକ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଆରମ୍ଭ ହେବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ କାନବେରାରେ ପହଞ୍ଚି ସାରିଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଖେଳାଳିମାନେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଅଲବାନସେଙ୍କୁ ସାକ୍ଷତ କରିଥିଲେ । ପରେ ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ସଂସଦରେ ନିଜର ଅଭିଭାଷଣ ରଖିଥିଲେ । ରୋହିତ୍ କହିଥିଲେ, ‘ଯଦି ଆମେ ପଛକୁ ଦେଖିବା ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା ଓ ବାଣିଜ୍ୟ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ସୁସଂପର୍କ ରହି ଆସିଛି । ଆମେ ଏଠାକୁ ଆସି ଖେଳିବାକୁ ଭଲ ପାଉ ଏବଂ ଏଠାକାର ବିଭିନ୍ନ ସଂସ୍କୃତିକୁ ଉପଭୋଗ କରୁ । ସବୁବେଳେ ଅଷ୍ଟ୍ରେଲିଆ ଆସି କ୍ରିକେଟ୍ ଖେଳିବା ଆମ ପାଇଁ ଆହ୍ୱାନପୂର୍ଣ୍ଣ ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି, କ୍ରୀଡ଼ାକୁ ନେଇ ଲୋକମାନଙ୍କ ମଧ୍ୟରେ ଭଲପାଇବା ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ମାଟିରେ ୨୯୫ ରନ୍ର ବିଶାଳ ବିଜୟ ହାସଲ କରିଥିଲା । ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
ନୂଆଦିଲ୍ଲୀ: ଶନିବାର ଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଏକ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଆରମ୍ଭ ହେବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ କାନବେରାରେ ପହଞ୍ଚି ସାରିଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଖେଳାଳିମାନେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଅଲବାନସେଙ୍କୁ ସାକ୍ଷତ କରିଥିଲେ । ପରେ ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ସଂସଦରେ ନିଜର ଅଭିଭାଷଣ ରଖିଥିଲେ ।
ରୋହିତ୍ କହିଥିଲେ, ‘ଯଦି ଆମେ ପଛକୁ ଦେଖିବା ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା ଓ ବାଣିଜ୍ୟ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ସୁସଂପର୍କ ରହି ଆସିଛି । ଆମେ ଏଠାକୁ ଆସି ଖେଳିବାକୁ ଭଲ ପାଉ ଏବଂ ଏଠାକାର ବିଭିନ୍ନ ସଂସ୍କୃତିକୁ ଉପଭୋଗ କରୁ । ସବୁବେଳେ ଅଷ୍ଟ୍ରେଲିଆ ଆସି କ୍ରିକେଟ୍ ଖେଳିବା ଆମ ପାଇଁ ଆହ୍ୱାନପୂର୍ଣ୍ଣ ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି, କ୍ରୀଡ଼ାକୁ ନେଇ ଲୋକମାନଙ୍କ ମଧ୍ୟରେ ଭଲପାଇବା ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ ।

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ମାଟିରେ ୨୯୫ ରନ୍ର ବିଶାଳ ବିଜୟ ହାସଲ କରିଥିଲା । ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।