ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି: କାହା ଟିକେଟ କଟିଲା କାହାର ରହିଲା ଜାଣନ୍ତୁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର(ମାର୍ଚ୍ଚ ୨୬)ବିଜେପି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ପ୍ରାର୍ଥୀ ତାଲିକାରେ ବିଜେପିର ତିନି ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।ବିଜେପି ପ୍ରାର୍ଥୀ ତାଲିକାରେ କରୌଲି ଧୋଲପୁରରୁ ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଯାଇଛି। ଦୌସାରୁ କହ୍ନେୟାଲାଲ୍ ମୀଣାଙ୍କୁ ବିଜେପି ଟିକେଟ ଦେଇଛି। ସେହିପରି ମଣିପୁରର ଇନର ମଣିପୁର ଆସନରୁ ଥୌନାଓଜମ ବସନ୍ତ କୁମାର ସିଂଙ୍କୁ ଟିକେଟ୍ ଦିଆଯାଇଛି। ଏହାପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଜାରି କରିଥିଲା। ଏଥିରେ ୟୁପି-ବିହାର ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିଥିଲା। ତେବେ ଯେଉଁ ପ୍ରାର୍ଥୀଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଥିଲା ତାହା ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ। ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ କଙ୍ଗନାଙ୍କୁ ପ୍ରାର୍ଥୀ କରିଛି। ବିଧାନସଭା ନିର୍ବାଚନ ପାଇଁ ବି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମାର୍ଚ୍ଚ ୨୬ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପଶ୍ଚିମବଙ୍ଗର ଭଗୱାନଗୋଲା ବିଧାନସଭା ଆସନରୁ ଭାସ୍କର ସରକାର, ବାରନଗରରୁ ସଜଲ ଘୋଷଙ୍କୁ ବିଜେପି ଟିକେଟ୍ ଦେଇଛି।ମାର୍ଚ୍ଚ ୨୪ ତାରିଖରେ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର(ମାର୍ଚ୍ଚ ୨୬)ବିଜେପି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ପ୍ରାର୍ଥୀ ତାଲିକାରେ ବିଜେପିର ତିନି ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ବିଜେପି ପ୍ରାର୍ଥୀ ତାଲିକାରେ କରୌଲି ଧୋଲପୁରରୁ ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଯାଇଛି। ଦୌସାରୁ କହ୍ନେୟାଲାଲ୍ ମୀଣାଙ୍କୁ ବିଜେପି ଟିକେଟ ଦେଇଛି। ସେହିପରି ମଣିପୁରର ଇନର ମଣିପୁର ଆସନରୁ ଥୌନାଓଜମ ବସନ୍ତ କୁମାର ସିଂଙ୍କୁ ଟିକେଟ୍ ଦିଆଯାଇଛି।
ଏହାପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଜାରି କରିଥିଲା। ଏଥିରେ ୟୁପି-ବିହାର ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିଥିଲା। ତେବେ ଯେଉଁ ପ୍ରାର୍ଥୀଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଥିଲା ତାହା ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ। ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ କଙ୍ଗନାଙ୍କୁ ପ୍ରାର୍ଥୀ କରିଛି।
ବିଧାନସଭା ନିର୍ବାଚନ ପାଇଁ ବି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମାର୍ଚ୍ଚ ୨୬ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପଶ୍ଚିମବଙ୍ଗର ଭଗୱାନଗୋଲା ବିଧାନସଭା ଆସନରୁ ଭାସ୍କର ସରକାର, ବାରନଗରରୁ ସଜଲ ଘୋଷଙ୍କୁ ବିଜେପି ଟିକେଟ୍ ଦେଇଛି।
ମାର୍ଚ୍ଚ ୨୪ ତାରିଖରେ ବିଜେପି ୧୧୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ଦଳ ୪୦୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ମଙ୍ଗଳବାର ପ୍ରକାଶିତ ତାଲିକା ପରେ ଏହି ସଂଖ୍ୟା ୪୦୫ରେ ପହଞ୍ଚିଛି।