ସତ୍ୟବାଦୀରୁ ଲଢିବେ ସଞ୍ଜୟ ଦାସବର୍ମା! ଖୁବ୍ଶୀଘ୍ର ହୋଇପାରେ ଘୋଷଣା
ଭୁବନେଶ୍ୱର,୨୯।୨: ପୁରୀ ଜିଲାର ସତ୍ୟବାଦୀ ଆସନରୁ ସଞ୍ଜୟ ଦାସବର୍ମା ଲଢିବେ ବୋଲି ଦଳୀୟ ଚର୍ଚ୍ଚାରୁ ଜଣାପଡିଛି। ଖବର ଅନୁଯାୟୀ, ବିଜେଡିର ପ୍ରାର୍ଥୀ ମଧ୍ୟ ଚୂଡାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବୁଧବାର ଦିନ ଶଙ୍ଖ ଭବନରେ ଉଭୟ ସଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସତ୍ୟବାଦୀ ଆସନ ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ […] The post ସତ୍ୟବାଦୀରୁ ଲଢିବେ ସଞ୍ଜୟ ଦାସବର୍ମା! ଖୁବ୍ଶୀଘ୍ର ହୋଇପାରେ ଘୋଷଣା appeared first on Dharitri Odia News.
ଭୁବନେଶ୍ୱର,୨୯।୨: ପୁରୀ ଜିଲାର ସତ୍ୟବାଦୀ ଆସନରୁ ସଞ୍ଜୟ ଦାସବର୍ମା ଲଢିବେ ବୋଲି ଦଳୀୟ ଚର୍ଚ୍ଚାରୁ ଜଣାପଡିଛି। ଖବର ଅନୁଯାୟୀ, ବିଜେଡିର ପ୍ରାର୍ଥୀ ମଧ୍ୟ ଚୂଡାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବୁଧବାର ଦିନ ଶଙ୍ଖ ଭବନରେ ଉଭୟ ସଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ।
ଏହି ସମୟରେ ସତ୍ୟବାଦୀ ଆସନ ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ସଞ୍ଜୟ ଦାସବର୍ମାଙ୍କ ସହ କଥା ହୋଇଥିଲେ, ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସଞ୍ଜୟ ଦାସବର୍ମା ସତ୍ୟବାଦରୁ ଲଢିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରିରୁ ପ୍ରାର୍ଥୀ ହେବେ। ତଥାପି ବିଜେଡି ସୂତ୍ର ଅନୁଯାୟୀ ଦଳ ପକ୍ଷରୁ ଏନେଇ ଯଥାଶୀଘ୍ର ଘୋଷଣା କରାଯିବ।
The post ସତ୍ୟବାଦୀରୁ ଲଢିବେ ସଞ୍ଜୟ ଦାସବର୍ମା! ଖୁବ୍ଶୀଘ୍ର ହୋଇପାରେ ଘୋଷଣା appeared first on Dharitri Odia News.