ସବ୍‌ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ

ଜି.ଉଦୟଗିରି ୧୬।୩(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ପୁରୁଣା ତାଲୁକା ଯଥା ଜି ଉଦୟଗିରି ଏନ୍‌ଏସି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ବ୍ଲକକୁ ନେଇ ଜି ଉଦୟଗିରି ରାଜସ୍ବ ସବ୍‌ ଡିଭିଜନ ଘୋଷଣା ଦାବି କରି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଶନିବାର ୨୪ଘଣ୍ଟିଆ ଜି. ଉଦୟଗିରି ବନ୍ଦ ଡାକରା ଦିଆଯାଇଛି । ଏନେଇ ଶନିବାର ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଜି.ଉଦୟଗିରି ତହସିଲ କାର୍ଯ୍ୟାଳୟକୁ ଯାଇ ସବ […] The post ସବ୍‌ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ appeared first on Dharitri Odia News.

ସବ୍‌ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ

ଜି.ଉଦୟଗିରି ୧୬।୩(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ପୁରୁଣା ତାଲୁକା ଯଥା ଜି ଉଦୟଗିରି ଏନ୍‌ଏସି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ବ୍ଲକକୁ ନେଇ ଜି ଉଦୟଗିରି ରାଜସ୍ବ ସବ୍‌ ଡିଭିଜନ ଘୋଷଣା ଦାବି କରି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଶନିବାର ୨୪ଘଣ୍ଟିଆ ଜି. ଉଦୟଗିରି ବନ୍ଦ ଡାକରା ଦିଆଯାଇଛି ।

ଏନେଇ ଶନିବାର ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଜି.ଉଦୟଗିରି ତହସିଲ କାର୍ଯ୍ୟାଳୟକୁ ଯାଇ ସବ ଡିଭିଜନ ଗଠନ ନେଇ ଏକ ଦାବିପତ୍ର ଅତିରିକ୍ତ ତହସିଲଦାର ଫାଲଗୁନି କୁମାରଙ୍କୁ ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ୧୯୭୨ରୁ ଜି.ଉଦୟଗିରିକୁ ରାଜସ୍ବ ସବ୍‌ ଡିଭିଜନ ଗଠନ ନେଇ ଦାବି ହୋଇ ଆସୁଛି। ହେଲେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ସବ୍‌ ଡିଭିଜନ ଘୋଷଣା କରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ଅନ୍ୟପକ୍ଷେ କନ୍ଧମାଳ ଜିଲାର ପ୍ରବେଶପଥ ଭାବେ ପରିଚିତ କଳିଙ୍ଗାଠାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

 

The post ସବ୍‌ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ appeared first on Dharitri Odia News.