ଚଳିତ ବର୍ଷ ଶୀଘ୍ର ଆସିପାରେ ମୌସୁମୀ, ସାରା ଦେଶରେ ଆବଶ୍ୟକତାଠାରୁ ଅଧିକ ବର୍ଷବ !

ନୂଆଦିଲ୍ଲୀ ୧୧/୦୪: ଚଳିତବର୍ଷ ଶୀଘ୍ର ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତା ପୁଣି ସମୟ ପୂର୍ବରୁ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ମୌସୁମୀ ପୂର୍ବରୁ ବହୁ ପ୍ରତୀକ୍ଷିତ ପୂର୍ବାନୁମାନ ଜାରି କରିବାକୁ ଯାଉଛି । ବିଶେଷଜ୍ଞ ପୂର୍ବାନୁମାନଯାୟୀ, ଭାରତ ମହାସାଗର ଡାଇପୋଲ୍ ବା ଆଇଓଡି ଏବଂ ଲା ନିନା ଭଳି ପରିସ୍ଥିତି ଏକାସାଙ୍ଗେ ସକ୍ରିୟ ହେବାକୁ ଯାଉଛି ।ଫଳରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଶୀଘ୍ର ପହଞ୍ଚିପାରେ । ତେଣୁ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବୃଷ୍ଟିପାତ ଅଧିକ ପରିମାଣରେ ହେବ । ଲା ନିନାର ମିଶ୍ରଣ ଏବଂ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ଅସ୍ଥିରତା, ଭାରତ ମହାସାଗର ଡାଇପୋଲର ଏକ ଅନନ୍ୟ ପାଣିପାଗ ଘଟଣା । ଏହାଦ୍ୱାରା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମାଟ୍ ପକ୍ଷରୁ କୁହାଯାଇଛି ଯେ ଦେଶର ପ୍ରାୟ ୭୦ ପ୍ରତିଶତ ବର୍ଷା ହେଉଥିବା ଭାରତର ଅର୍ଥନୀତିର ମୂଳାଧାର ମୌସୁମୀ ଦୀର୍ଘକାଳୀନ ହାରାହାରି ବା ଏଲପିଏର ପ୍ରାୟ ୧୦୨ ପ୍ରତିଶତ ସ୍ୱାଭାବିକ ହେବ । ଏଥିରେ ୫ ପ୍ରତିଶତ କମ୍ ବେଶୀ ହୋଇପାରେ । ଜୁନରୁ ସେପ୍ଟେମ୍ବର ଅବଧି ପାଇଁ ଏଲପିଏ ହେଉଛି ୮୬୮.୬ ମିଲି ମିଟର । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମେଟ୍ ଆକଳନ କରିଛି ଯେ ଏଲ୍ନିନୋ ଦ୍ରୁତ ଗତିରେ ଲା-ନ

ଚଳିତ ବର୍ଷ ଶୀଘ୍ର ଆସିପାରେ ମୌସୁମୀ, ସାରା ଦେଶରେ ଆବଶ୍ୟକତାଠାରୁ ଅଧିକ ବର୍ଷବ !

ନୂଆଦିଲ୍ଲୀ ୧୧/୦୪: ଚଳିତବର୍ଷ ଶୀଘ୍ର ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତା ପୁଣି ସମୟ ପୂର୍ବରୁ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ମୌସୁମୀ ପୂର୍ବରୁ ବହୁ ପ୍ରତୀକ୍ଷିତ ପୂର୍ବାନୁମାନ ଜାରି କରିବାକୁ ଯାଉଛି । ବିଶେଷଜ୍ଞ ପୂର୍ବାନୁମାନଯାୟୀ, ଭାରତ ମହାସାଗର ଡାଇପୋଲ୍ ବା ଆଇଓଡି ଏବଂ ଲା ନିନା ଭଳି ପରିସ୍ଥିତି ଏକାସାଙ୍ଗେ ସକ୍ରିୟ ହେବାକୁ ଯାଉଛି ।

ଫଳରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଶୀଘ୍ର ପହଞ୍ଚିପାରେ । ତେଣୁ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବୃଷ୍ଟିପାତ ଅଧିକ ପରିମାଣରେ ହେବ । ଲା ନିନାର ମିଶ୍ରଣ ଏବଂ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ଅସ୍ଥିରତା, ଭାରତ ମହାସାଗର ଡାଇପୋଲର ଏକ ଅନନ୍ୟ ପାଣିପାଗ ଘଟଣା । 

ଏହାଦ୍ୱାରା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମାଟ୍ ପକ୍ଷରୁ କୁହାଯାଇଛି ଯେ ଦେଶର ପ୍ରାୟ ୭୦ ପ୍ରତିଶତ ବର୍ଷା ହେଉଥିବା ଭାରତର ଅର୍ଥନୀତିର ମୂଳାଧାର ମୌସୁମୀ ଦୀର୍ଘକାଳୀନ ହାରାହାରି ବା ଏଲପିଏର ପ୍ରାୟ ୧୦୨ ପ୍ରତିଶତ ସ୍ୱାଭାବିକ ହେବ । 

ଏଥିରେ ୫ ପ୍ରତିଶତ କମ୍ ବେଶୀ ହୋଇପାରେ । ଜୁନରୁ ସେପ୍ଟେମ୍ବର ଅବଧି ପାଇଁ ଏଲପିଏ ହେଉଛି ୮୬୮.୬ ମିଲି ମିଟର । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମେଟ୍ ଆକଳନ କରିଛି ଯେ ଏଲ୍ନିନୋ ଦ୍ରୁତ ଗତିରେ ଲା-ନିନା ଆଡ଼କୁ ଗତି କରୁଛି । ଯାହାଦ୍ୱାରା ମୌସୁମୀ ସଞ୍ଚାଳନ ଅଧିକ ଶକ୍ତିଶାଳୀ ହୋଇଥାଏ ।