ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା : ସାତଜଣ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର

କଳାହାଣ୍ଡି,୧୬/୦୧-ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ପ୍ରୋତ୍ସାହନ ସ୍ୱରୂପ ଦିଆଯାଉଛି ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର । ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ଅବସରରେ ଏହି ପୁରସ୍କାର ଦିଆଯାଉଥିବାବେଳେ ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ସାତଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜିଗୀଷା ଭୋଇ, ଜ୍ଞାନରଞ୍ଜନ ଦାସ, ଓମଧ୍ୱନୀ ତ୍ରିପାଠୀ, ଉନ୍ନତି ବେମାଲ, ପ୍ରିୟଦର୍ଶିନୀ ନାଏକ, ନିଗମେଶ ମିଶ୍ର, ଦମୟନ୍ତୀ ନାଏକଙ୍କୁ ନିଜର […] The post ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା : ସାତଜଣ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର appeared first on Odisha.News.

ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା : ସାତଜଣ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର

କଳାହାଣ୍ଡି,୧୬/୦୧-ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ପ୍ରୋତ୍ସାହନ ସ୍ୱରୂପ ଦିଆଯାଉଛି ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର । ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ଅବସରରେ ଏହି ପୁରସ୍କାର ଦିଆଯାଉଥିବାବେଳେ ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ସାତଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଜିଗୀଷା ଭୋଇ, ଜ୍ଞାନରଞ୍ଜନ ଦାସ, ଓମଧ୍ୱନୀ ତ୍ରିପାଠୀ, ଉନ୍ନତି ବେମାଲ, ପ୍ରିୟଦର୍ଶିନୀ ନାଏକ, ନିଗମେଶ ମିଶ୍ର, ଦମୟନ୍ତୀ ନାଏକଙ୍କୁ ନିଜର ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୪ ବର୍ଷର ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ବେଦାନ୍ତ ଲିମିଟେଡ ଏସୋସିଏଟ୍ ଉପସଭାପତି ବିଭୁଦେନ୍ଦୁ ପଣ୍ଡାଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର୍‌. କାଲାଇଭାନନ, ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର, ଆଇପିଏସ୍ ମାନେ ଅଜିଙ୍କ୍ୟ ବାବୁରାଓ, ପାଇକ କଶ୍ୟପ ପ୍ରମୁଖ ଏହି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

The post ଦଶମ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା : ସାତଜଣ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର appeared first on Odisha.News.