ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…
ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ ନେଇ ପ୍ରତିଯୋଗିତା କରାଇଛନ୍ତି। ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇ କୃତୀ ପ୍ରତିଯୋଗୀ ପୁରସ୍କାର ଜିତିଛନ୍ତି। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର ଏବଂ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁଭଦ୍ରା ଲେଖାଥିବା କପ୍ ଦେଇ ସେମାନଙ୍କୁ ପୁରସ୍କୃତ […] The post ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ… appeared first on Dharitri Odia News.
ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ ନେଇ ପ୍ରତିଯୋଗିତା କରାଇଛନ୍ତି। ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ପ୍ରଶ୍ନ ପଚାରିଥିଲେ।
ଏହାର ଉତ୍ତର ଦେଇ କୃତୀ ପ୍ରତିଯୋଗୀ ପୁରସ୍କାର ଜିତିଛନ୍ତି। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର ଏବଂ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁଭଦ୍ରା ଲେଖାଥିବା କପ୍ ଦେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ପନ୍ଦାଡ଼ୋ ପଞ୍ଚାୟତର ରଶ୍ମିଲତା ନାୟକ, ଢେଙ୍କା ପଞ୍ଚାୟତର ଶାନ୍ତିଲତା ଘଡ଼େଇ, ମରୈଗାଁ ପଞ୍ଚାୟତରୁ କଲ୍ୟାଣୀ ମହାନ୍ତି, ଚନ୍ଦ୍ରବତୀ ରାଉତ, ଲକ୍ଷ୍ମୀପ୍ରିୟା ଜେନା, ଦମୟନ୍ତୀ ନାୟକ, ହାଟଡିହୀ ପଞ୍ଚାୟତର ଅନ୍ନପୂର୍ଣ୍ଣା ସାହୁ, ଜମ୍ଭିରାର କମଳା ମହାଳିକ ଓ ବଡ଼ରମ୍ପାସର ଶାନ୍ତିଲତା ରାଉତ ପୁରସ୍କାର ଗ୍ରହଣ କରିଛନ୍ତି।
The post ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ… appeared first on Dharitri Odia News.