ହନିଫ କ୍ଲବର ଇଫତାର ପାର୍ଟି, ସାମିଲ ହେଲେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଶତାଧିକ ଲୋକେ
ଭଦ୍ରକ ୨୭।୩: ପବିତ୍ର ରମଜାନ ମାସ ଉପଲକ୍ଷେ ପାଳନ ହୋଇଛି ଇଫତାର ପାର୍ଟି । ଭଦ୍ରକ ସହରର ପୁରୁଣାବଜାର ସ୍ଥିତ ହନିଫ କ୍ଲବ ଇଫତାର ପାର୍ଟିର ଆୟୋଜନ କରିଛି । ହନିଫ କ୍ଲବ ପରିସରରେ ଆୟୋଜିତ ଏହି ଇଫତାର ପାର୍ଟିରେ ବିଜେଡି ନେତା ତଥା ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ଅସିତ ପଟ୍ଟନାୟକ, ଯୁବନେତା ଜାହିଦ ହାବିବି, ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କି ଦଲାୱାଜି ହବିବିଙ୍କ ସମେତ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଶତାଧିକ ଲୋକେ ଉପସ୍ଥିତ ଥିଲେ । ତେବେ ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିବାର ଦ୍ଵିତୀୟ ବର୍ଷ ପୂରଣ ହୋଇଛି । ଏହି ଅବସରରେ କେକ୍ କାଟି ନିଜ ସମର୍ଥକଙ୍କ ଗହଣରେ ସେଲିବ୍ରେସନ କରିଛନ୍ତି । ଅସିତ ପଟ୍ଟନାୟକ କହିଛନ୍ତି ଯେ, ଭାଇଚାରାର ସହର ଭଦ୍ରକ, ଏଠାରେ ଉଭୟ ସମ୍ପ୍ରଦାୟ ମିଳିମିଶି ପର୍ବପର୍ବାଣି ପାଳନ କରନ୍ତି । ତେଣୁ ଇଫତାର ପାର୍ଟିରେ ସମସ୍ତେ ସାମିଲ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।You Can Read :ଲକ୍ଷାଧିକ ଟଙ୍କାର ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ, ୭ ଅଭିଯୁକ୍ତ ଗିରଫ
ଭଦ୍ରକ ୨୭।୩: ପବିତ୍ର ରମଜାନ ମାସ ଉପଲକ୍ଷେ ପାଳନ ହୋଇଛି ଇଫତାର ପାର୍ଟି । ଭଦ୍ରକ ସହରର ପୁରୁଣାବଜାର ସ୍ଥିତ ହନିଫ କ୍ଲବ ଇଫତାର ପାର୍ଟିର ଆୟୋଜନ କରିଛି । ହନିଫ କ୍ଲବ ପରିସରରେ ଆୟୋଜିତ ଏହି ଇଫତାର ପାର୍ଟିରେ ବିଜେଡି ନେତା ତଥା ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ଅସିତ ପଟ୍ଟନାୟକ, ଯୁବନେତା ଜାହିଦ ହାବିବି, ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କି ଦଲାୱାଜି ହବିବିଙ୍କ ସମେତ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଶତାଧିକ ଲୋକେ ଉପସ୍ଥିତ ଥିଲେ ।

ତେବେ ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିବାର ଦ୍ଵିତୀୟ ବର୍ଷ ପୂରଣ ହୋଇଛି । ଏହି ଅବସରରେ କେକ୍ କାଟି ନିଜ ସମର୍ଥକଙ୍କ ଗହଣରେ ସେଲିବ୍ରେସନ କରିଛନ୍ତି । ଅସିତ ପଟ୍ଟନାୟକ କହିଛନ୍ତି ଯେ, ଭାଇଚାରାର ସହର ଭଦ୍ରକ, ଏଠାରେ ଉଭୟ ସମ୍ପ୍ରଦାୟ ମିଳିମିଶି ପର୍ବପର୍ବାଣି ପାଳନ କରନ୍ତି । ତେଣୁ ଇଫତାର ପାର୍ଟିରେ ସମସ୍ତେ ସାମିଲ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।
You Can Read :
ଲକ୍ଷାଧିକ ଟଙ୍କାର ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ, ୭ ଅଭିଯୁକ୍ତ ଗିରଫ