ହସ୍ପିଟାଲରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୩: ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ରାଷ୍ଟ୍ରପତିଙ୍କୁ ବୁଧବାର ଭାରତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୮୯ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଜ୍ୱର ଏବଂ […] The post ହସ୍ପିଟାଲରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି appeared first on Dharitri Odia News.

ହସ୍ପିଟାଲରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୩: ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ରାଷ୍ଟ୍ରପତିଙ୍କୁ ବୁଧବାର ଭାରତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୮୯ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଜ୍ୱର ଏବଂ ଛାତି ସଂକ୍ରମଣ ଶିକାର ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କଡା ନଜରରେ ରହିଛନ୍ତି। ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ। ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ।

The post ହସ୍ପିଟାଲରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି appeared first on Dharitri Odia News.