ହିମାଚଳରେ ବିଜେପିକୁ ଝଟକା, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀଙ୍କ ଦଳରୁ ଇସ୍ତଫା
ଶିମଲା ୨୬।୩: ହିମାଚଳ ପ୍ରଦେଶର ୪ ଲୋକସଭା ଆସନ ସହିତ ବିଧାନସଭାର ୬ଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ କଂଗ୍ରେସରୁ ଆସିଥିବା ସମସ୍ତ ୬ ଜଣ ପୂର୍ବତନ ବିଧାୟକଙ୍କୁ ବିଜେପି ଉପନିର୍ବାଚନରେ ପ୍ରାର୍ଥୀ କରିଛି। ରାଜ୍ୟରେ ବିଜେପିର ଏହି ପଦକ୍ଷେପ ପରେ ପାର୍ଟିରେ ଅସନ୍ତୋଷ ଦେଖା ଦେଇଛି। ବିଜେପିର ତତ୍କାଳୀନ ଜୟରାମ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଡା. ରାମଲାଲ ମାରକଣ୍ଡା ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଛନ୍ତି। ହିମାଚଳ ପ୍ରଦେଶର ପୂର୍ବତନ ମନ୍ତ୍ରୀ ଡା. ମାରକଣ୍ଡା କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ରବି ଠାକୁରଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରାଯିବାରୁ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ଭବତଃ ସେ କଂଗ୍ରେସରୁ ବିଧାନସଭା ଉପନିର୍ବାଚନ ଲଢିପାରନ୍ତି। ୨୦୧୭ ମସିହାରେ ଡା. ମରକୋଣ୍ଡା ଲାହୌଲରୁ ବିଧାୟକ ଥିଲେ। ୨୦୨୨ ନିର୍ବାଚନରେ କଂଗ୍ରେସର ରବି ଠାକୁର ତାଙ୍କୁ ପରାସ୍ତ କରିଥିଲେ। ଏବେ ଉପନିର୍ବାଚନରେ ଠାକୁର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାମଲାଲ ମାରକଣ୍ଡା ଛାତ୍ର ରାଜନୀତିର ଆରମ୍ଭ ଏନଏସୟୁଆଇରୁ କରିଥିଲେ। ତାଙ୍କ ସହିତ ଏବେ ବିଜେପିରୁ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ କେବଳ ମାରକୋଣ୍ଡା ନୁହନ୍ତି ପୂର୍ବତନ କୃଷି ମନ୍ତ୍ରୀ ବୀରେନ୍ଦ୍ର କୱଁର ମଧ୍ୟ ଦଳରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ହିମାଚ
ଶିମଲା ୨୬।୩: ହିମାଚଳ ପ୍ରଦେଶର ୪ ଲୋକସଭା ଆସନ ସହିତ ବିଧାନସଭାର ୬ଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ କଂଗ୍ରେସରୁ ଆସିଥିବା ସମସ୍ତ ୬ ଜଣ ପୂର୍ବତନ ବିଧାୟକଙ୍କୁ ବିଜେପି ଉପନିର୍ବାଚନରେ ପ୍ରାର୍ଥୀ କରିଛି। ରାଜ୍ୟରେ ବିଜେପିର ଏହି ପଦକ୍ଷେପ ପରେ ପାର୍ଟିରେ ଅସନ୍ତୋଷ ଦେଖା ଦେଇଛି। ବିଜେପିର ତତ୍କାଳୀନ ଜୟରାମ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଡା. ରାମଲାଲ ମାରକଣ୍ଡା ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଛନ୍ତି।
ହିମାଚଳ ପ୍ରଦେଶର ପୂର୍ବତନ ମନ୍ତ୍ରୀ ଡା. ମାରକଣ୍ଡା କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ରବି ଠାକୁରଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରାଯିବାରୁ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ଭବତଃ ସେ କଂଗ୍ରେସରୁ ବିଧାନସଭା ଉପନିର୍ବାଚନ ଲଢିପାରନ୍ତି। ୨୦୧୭ ମସିହାରେ ଡା. ମରକୋଣ୍ଡା ଲାହୌଲରୁ ବିଧାୟକ ଥିଲେ। ୨୦୨୨ ନିର୍ବାଚନରେ କଂଗ୍ରେସର ରବି ଠାକୁର ତାଙ୍କୁ ପରାସ୍ତ କରିଥିଲେ। ଏବେ ଉପନିର୍ବାଚନରେ ଠାକୁର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାମଲାଲ ମାରକଣ୍ଡା ଛାତ୍ର ରାଜନୀତିର ଆରମ୍ଭ ଏନଏସୟୁଆଇରୁ କରିଥିଲେ। ତାଙ୍କ ସହିତ ଏବେ ବିଜେପିରୁ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ କେବଳ ମାରକୋଣ୍ଡା ନୁହନ୍ତି ପୂର୍ବତନ କୃଷି ମନ୍ତ୍ରୀ ବୀରେନ୍ଦ୍ର କୱଁର ମଧ୍ୟ ଦଳରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ହିମାଚଳରେ ଆଉ ୩ଟିଆସନରେ ମଧ୍ୟ ଉପନିର୍ବାଚନ ହେବାର ଅଛି। ଏହି ସବୁ ଆସନରେ ବିଜେପି ନିର୍ଦଳୀୟ ବିଧାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି। ଏଣୁ ହିମାଚଳ ବିଜେପିରେ ବଡ଼ ଧରଣର ବିଦ୍ରୋହର ଆଶଙ୍କା କରାଯାଉଛି।