ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ହେରଫେର ମାମଲା, ୬୭ ସ୍ଥାନରେ ସିବିଆଇ ରେଡ୍
ନୂଆଦିଲ୍ଲୀ,୭ା୩: ଦେଶରେ ପୁଣିଥରେ ବଡ ବ୍ୟାଙ୍କ ଠକେଇ ଖବର ସାମ୍ନାକୁ ଆସିଛି। ସନ୍ଦେହଜନକ ଆଇଏମପିଏସ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ଦୁଇ ରାଜ୍ୟର ୬୭ ‘ଇ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି କାରବାର ୮୦୦ କୋଟିରୁ ଅଧିକ ବୋଲି କୁହାଯାଉଛି। ଚଢ଼ାଉ ସମୟରେ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ ହୋଇଥିବା ଜଣାପଡିଛି। ଗତବର୍ଷ ଡିସେମ୍ବର ମାସରେ ଏ ସମ୍ପର୍କିତ ଠକାମିର ଅଭିଯୋଗ ହୋଇଥିଲା। ବୁଧବାର ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ସିବିଆଇ ଦ୍ୱାରା […] The post ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ହେରଫେର ମାମଲା, ୬୭ ସ୍ଥାନରେ ସିବିଆଇ ରେଡ୍ appeared first on Dharitri Odia News.
ନୂଆଦିଲ୍ଲୀ,୭ା୩: ଦେଶରେ ପୁଣିଥରେ ବଡ ବ୍ୟାଙ୍କ ଠକେଇ ଖବର ସାମ୍ନାକୁ ଆସିଛି। ସନ୍ଦେହଜନକ ଆଇଏମପିଏସ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ଦୁଇ ରାଜ୍ୟର ୬୭ ‘ଇ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି କାରବାର ୮୦୦ କୋଟିରୁ ଅଧିକ ବୋଲି କୁହାଯାଉଛି। ଚଢ଼ାଉ ସମୟରେ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ ହୋଇଥିବା ଜଣାପଡିଛି। ଗତବର୍ଷ ଡିସେମ୍ବର ମାସରେ ଏ ସମ୍ପର୍କିତ ଠକାମିର ଅଭିଯୋଗ ହୋଇଥିଲା।
ବୁଧବାର ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ସିବିଆଇ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା। ୮୨୦ କୋଟି ଟଙ୍କାର ସନ୍ଦେହଜନକ ଓଗଚଝ କାରବାର ସଂପର୍କରେ ଚଢ଼ାଉ ବେଳେ ୟୁକୋ ବ୍ୟାଙ୍କ ଏବଂ ଆଇଡିଏଫସି ସହିତ ଜଡ଼ିତ ପ୍ରାୟ ୧୩୦ ଟି ଦଲିଲ ଜବତ କରାଯାଇଛି। ଏଥିମଧ୍ୟରେ ୪୦ ଟି ମୋବାଇଲ୍ ଫୋନ୍, ୨ ଟି ହାର୍ଡ ଡିସ୍କ ଏବଂ ୧ ଟି ଇଣ୍ଟରନେଟ୍ ଡଙ୍ଗଲ୍ ଏବଂ ଅନ୍ୟାନ୍ୟ ଜିନିଷ ଅନ୍ତର୍ଭୁକ୍ତ ରହିଛି। ଏହି କାରବାରଗୁଡ଼ିକ ୟୁକୋ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରୁ କରାଯାଇଥିଲା।
The post ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ହେରଫେର ମାମଲା, ୬୭ ସ୍ଥାନରେ ସିବିଆଇ ରେଡ୍ appeared first on Dharitri Odia News.