୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଇଛି। ଇଡି ପକ୍ଷରୁ ତାଙ୍କର ସମ୍ବଲପୁରସ୍ଥିତ ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ସେଥିମଧ୍ୟରେ ସମ୍ବଲପୁର ଦାନିପାଲିସ୍ଥିତ ବିଶ୍ବ ମୁଖ୍ୟ କାର୍ଯ୍ୟାଳୟ, ଏହା ନିକଟରେ ଥିବା ତାଙ୍କ ମ୍ୟାନେଜର ରହୁଥିବା […] The post ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ appeared first on Dharitri Odia News.

୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ କରାଯାଇଛି। ଇଡି ପକ୍ଷରୁ ତାଙ୍କର ସମ୍ବଲପୁରସ୍ଥିତ ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ସେଥିମଧ୍ୟରେ ସମ୍ବଲପୁର ଦାନିପାଲିସ୍ଥିତ ବିଶ୍ବ ମୁଖ୍ୟ କାର୍ଯ୍ୟାଳୟ, ଏହା ନିକଟରେ ଥିବା ତାଙ୍କ ମ୍ୟାନେଜର ରହୁଥିବା ଘରେ ଓ ଭଡ଼ା ସୂତ୍ରରେ ଲାଗିଥିବା ଫାଟକ ଘରେ ଚଢ଼ାଉ ହୋଇଛି। ଏହାବ୍ୟତୀତ ତାଙ୍କ ଦିଲ୍ଲୀସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ଶୁଣିବାକୁ ମିଳିଛି। କ୍ଷୀରୋଦ ଏକାଧିକ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲେ। ୨୩୧ କୋଟି ଠକେଇ ଅଭିଯୋଗରେ ଇଡି ଏକ ୬ ଜଣିଆ ଦଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। କ୍ଷୀରୋଦଙ୍କ ସଂସ୍ଥା ବିରୋଧରେ ଏହି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ସେ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ ବୋଲି ଜଣାପଡ଼ିଛି। ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ କ୍ଷୀରୋଦ ମଲ୍ଲିକଙ୍କ ବଡ଼ ଭଉଣୀ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି। ପୂର୍ବରୁ ମଧ୍ୟ ବିଶ୍ୱ ଏନ୍‌ଜିଓରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୩ଥର ଚଢ଼ାଉ କରାଯାଇଥିଲା। କ୍ଷୀରୋଦ ମଲ୍ଲିକଙ୍କ ଗତ ସେପ୍ଟେମ୍ବର ୧୮ ତାରିଖରୁ ମୃତ୍ୟୁ ଘଟି ସାରିଥିବା ବେଳେ ବିଶ୍ବ ସଂସ୍ଥା କିଛି ବର୍ଷ ହେବ ବନ୍ଦ ରହିଛି।

The post ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ appeared first on Dharitri Odia News.