୨୯ରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ନୂଆଦିଲ୍ଲୀ ଗସ୍ତ
ଭୁବନେଶ୍ୱର,୨୬ା୧୦(ସୁନିତ୍ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୯ ଏବଂ ୩୦ ତାରିଖ ୨ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀଠାରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଏକ ବୈଠକରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କେଉଁ କାର୍ଯ୍ୟକ୍ରମରେ ସେ ଯୋଗଦେବେ ସେନେଇ ଜଣାପଡି ନାହିଁ। ଏହି ଅବସରରେ ସେ ବାତ୍ୟା ‘ଦାନା’ ପ୍ରଭାବରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। ଏହା ବ୍ୟତିତ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ […] The post ୨୯ରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ନୂଆଦିଲ୍ଲୀ ଗସ୍ତ appeared first on Dharitri Odia News.
ଭୁବନେଶ୍ୱର,୨୬ା୧୦(ସୁନିତ୍ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୯ ଏବଂ ୩୦ ତାରିଖ ୨ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀଠାରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଏକ ବୈଠକରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କେଉଁ କାର୍ଯ୍ୟକ୍ରମରେ ସେ ଯୋଗଦେବେ ସେନେଇ ଜଣାପଡି ନାହିଁ। ଏହି ଅବସରରେ ସେ ବାତ୍ୟା ‘ଦାନା’ ପ୍ରଭାବରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। ଏହା ବ୍ୟତିତ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ମଧ୍ୟ ତାଙ୍କର ଭେଟଘାଟର କାର୍ଯ୍ୟକ୍ରମ ଥିବା ଜଣାପଡିଛି।
The post ୨୯ରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ନୂଆଦିଲ୍ଲୀ ଗସ୍ତ appeared first on Dharitri Odia News.