୫ ବର୍ଷରେ ୭ ବର୍ଷ ବଢ଼ିଛି ହେମନ୍ତଙ୍କ ବୟସ, ଚମକାଇଦେଲା ସତ୍ୟପାଠ ରିପୋର୍ଟ

ନୂଆଦିଲ୍ଲୀ ୦୧/୧୧: ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ। ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତା ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଷୟରେ । ବାରହେତ ଆସନରୁ ହେମନ୍ତ ସୋରେନ୍ ନାମାଙ୍କନ ଦାଖଲ କରିଥିବା ସତ୍ୟପାଠାରେ ଏପରି ଥିବା ଜଣାପଡ଼ିଛି । କହିବାକୁ ଗଲେ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ- ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍‌ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ। କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ। ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି। ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ। ଏହାର ଜବାବରେ ଜେଏମ୍‌ଏମ୍‌ ନେତା ମନୋଜ ପାଣ୍ଡେ କହିଛନ୍ତି, ଜେଏମଏମ୍ କିଛି ଲୁଚାଏ ନାହିଁ। ଆମେ ସବୁ ଦସ୍ତାବିଜ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ। ସେତେବେଳେ ନିର୍ବାଚନ ଅଧିକାରୀ ଚୁପ୍‌ ବସିଥିବା ବେଳେ ଏବେ ବିଜେପି ନିଜେ ହାରୁଥିବା ଜାଣି ଷଡଯନ୍ତ୍ର କରିଛି। ବିଜ

୫ ବର୍ଷରେ ୭ ବର୍ଷ ବଢ଼ିଛି ହେମନ୍ତଙ୍କ ବୟସ, ଚମକାଇଦେଲା ସତ୍ୟପାଠ ରିପୋର୍ଟ

ନୂଆଦିଲ୍ଲୀ ୦୧/୧୧: ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ। ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତା ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଷୟରେ । ବାରହେତ ଆସନରୁ ହେମନ୍ତ ସୋରେନ୍ ନାମାଙ୍କନ ଦାଖଲ କରିଥିବା ସତ୍ୟପାଠାରେ ଏପରି ଥିବା ଜଣାପଡ଼ିଛି । 

କହିବାକୁ ଗଲେ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ- ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍‌ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ। କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ। 

ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି। ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ। ଏହାର ଜବାବରେ ଜେଏମ୍‌ଏମ୍‌ ନେତା ମନୋଜ ପାଣ୍ଡେ କହିଛନ୍ତି, ଜେଏମଏମ୍ କିଛି ଲୁଚାଏ ନାହିଁ। 

ଆମେ ସବୁ ଦସ୍ତାବିଜ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛୁ। ସେତେବେଳେ ନିର୍ବାଚନ ଅଧିକାରୀ ଚୁପ୍‌ ବସିଥିବା ବେଳେ ଏବେ ବିଜେପି ନିଜେ ହାରୁଥିବା ଜାଣି ଷଡଯନ୍ତ୍ର କରିଛି। ବିଜେପିର ବହୁ ନେତା ଫର୍ଜି ଡିଗ୍ରୀ ଦାଖଲ କରିଥିବା ଆମେ ଜାଣିଛୁ। କିନ୍ତୁ ଆମେ ଏପରି କୌଣସି ବି ଫର୍ଜି ଦସ୍ତାବିଜ ଦାଖଲ କରୁନା ବୋଲି ସେ କହିଛନ୍ତି।