2G ଏବଂ 3G ସେବା ବନ୍ଦ ପାଇଁ ଚାହୁଛି ରିଲାଏନ୍ସ Jio, ଜାଣନ୍ତୁ କ’ଣ ରହିଛି କାରଣ ?
ନୂଆଦିଲ୍ଲୀ: ଇତି ମଧ୍ୟରେ ଦେଶରେ 5G ସର୍ଭିସ୍ ଆରମ୍ଭ ହେବା ପ୍ରାୟ ଏକ ବର୍ଷ ହୋଇଛି। ରିଲାଏନ୍ସ, ଏୟାରଟେଲ୍ 5G ସେବା ଯୋଗାଇବାରେ ଆଗରେ ରହିଛନ୍ତି । ହେଲେ ଏବେବି ଆଶାତୀତ ଭାବରେ 5G ଗ୍ରହଣୀୟ ହୋଇପାରିନାହିଁ। ଅନେକ ଗ୍ରାହକ ଏବେବି ପୁରୁଣା 2G ଏବଂ 3G ନେଟଓ୍ବର୍କର ବ୍ୟବହାର କରୁଛନ୍ତି। ତେବେ, ଏହାରି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ରିଲାଏନ୍ସ ଚାହୁଛି ସରକାର ଦେଶରୁ 2G ଏବଂ 3G ସେବା ବନ୍ଦ କରିବା ଉପରେ ନିଷ୍ପତ୍ତି ଦେବା ଦରକାର। କୁହାଯାଉଛି ରିଲାଏନ୍ସର କହିବା ଅନୁଯାୟୀ, 2G, 3G କାରଣରୁ ଲୋକେ ଆଧୁନିକ ଜ୍ଞାନକୌଶଳ ପାଖକୁ ପହଞ୍ଚିପାରୁନାହାଁନ୍ତି । ତେବେ ରିଲାଏନ୍ସ ଜିଓରେ ଏହି ଦାବିରେ ସମର୍ଥନ ଜଣାଇଛି ଭୋଡାଫୋନ୍-ଆଇଡିଆ (VI) । ଆହୁରି ପଢ଼ନ୍ତୁ: ଏବେ ମେଡ୍ ଇନ୍ ଇଣ୍ଡିଆ ହେବ ସାମସଙ୍ଗ୍ ଲାପଟପ୍, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ ଟ୍ରାଇ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ରିଲାଏନ୍ସ ଜିଓ କହିଛି ‘‘ସରକାରଙ୍କୁ 2G ଏବଂ 3G ନେଟଓ୍ବର୍କକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଏକ ନୀତି ଏବଂ ଯୋଜନା କରିବା ଦରକାର। ଫଳରେ ଅନାବଶ୍ୟକ ନେଟଓ୍ବର୍କ ଖର୍ଚ୍ଚ କମ୍ ହେବ ଏବଂ ସବୁ ଗ୍ରାହକଙ୍କୁ 4G ଏବଂ 5G ସେବାକୁ ସ୍ଥାନାନ୍ତରିତ କରାଯାଇପାରିବ। ଏହାଦ୍ବାରା 5G ବ୍ୟବହାର ଇକୋସିଷ୍ଟମ ବୃଦ୍ଧି ପାଇବ।’’ ତେବେ ଏଠାରେ ବଡ଼ କଥା
ନୂଆଦିଲ୍ଲୀ: ଇତି ମଧ୍ୟରେ ଦେଶରେ 5G ସର୍ଭିସ୍ ଆରମ୍ଭ ହେବା ପ୍ରାୟ ଏକ ବର୍ଷ ହୋଇଛି। ରିଲାଏନ୍ସ, ଏୟାରଟେଲ୍ 5G ସେବା ଯୋଗାଇବାରେ ଆଗରେ ରହିଛନ୍ତି । ହେଲେ ଏବେବି ଆଶାତୀତ ଭାବରେ 5G ଗ୍ରହଣୀୟ ହୋଇପାରିନାହିଁ। ଅନେକ ଗ୍ରାହକ ଏବେବି ପୁରୁଣା 2G ଏବଂ 3G ନେଟଓ୍ବର୍କର ବ୍ୟବହାର କରୁଛନ୍ତି।
ତେବେ, ଏହାରି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ରିଲାଏନ୍ସ ଚାହୁଛି ସରକାର ଦେଶରୁ 2G ଏବଂ 3G ସେବା ବନ୍ଦ କରିବା ଉପରେ ନିଷ୍ପତ୍ତି ଦେବା ଦରକାର। କୁହାଯାଉଛି ରିଲାଏନ୍ସର କହିବା ଅନୁଯାୟୀ, 2G, 3G କାରଣରୁ ଲୋକେ ଆଧୁନିକ ଜ୍ଞାନକୌଶଳ ପାଖକୁ ପହଞ୍ଚିପାରୁନାହାଁନ୍ତି । ତେବେ ରିଲାଏନ୍ସ ଜିଓରେ ଏହି ଦାବିରେ ସମର୍ଥନ ଜଣାଇଛି ଭୋଡାଫୋନ୍-ଆଇଡିଆ (VI) ।
ଆହୁରି ପଢ଼ନ୍ତୁ: ଏବେ ମେଡ୍ ଇନ୍ ଇଣ୍ଡିଆ ହେବ ସାମସଙ୍ଗ୍ ଲାପଟପ୍, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ
ଟ୍ରାଇ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ରିଲାଏନ୍ସ ଜିଓ କହିଛି ‘‘ସରକାରଙ୍କୁ 2G ଏବଂ 3G ନେଟଓ୍ବର୍କକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଏକ ନୀତି ଏବଂ ଯୋଜନା କରିବା ଦରକାର। ଫଳରେ ଅନାବଶ୍ୟକ ନେଟଓ୍ବର୍କ ଖର୍ଚ୍ଚ କମ୍ ହେବ ଏବଂ ସବୁ ଗ୍ରାହକଙ୍କୁ 4G ଏବଂ 5G ସେବାକୁ ସ୍ଥାନାନ୍ତରିତ କରାଯାଇପାରିବ। ଏହାଦ୍ବାରା 5G ବ୍ୟବହାର ଇକୋସିଷ୍ଟମ ବୃଦ୍ଧି ପାଇବ।’’
ତେବେ ଏଠାରେ ବଡ଼ କଥା ହେଉଛି ଜିଓ ପାଖରେ 2G ସେବା ଉପଲବ୍ଧ ନାହିଁ। ଯେତେବେଳେକି ଏୟାରଟେଲ ଏବଂ ଭିଆଇ ପାଖରେ ଏହି ସୁବିଧା ରହିଛି। ଭିଆଇ ମଧ୍ୟ ଗ୍ରାହକଙ୍କୁ 2Gରୁ 5ଜିକୁ ସିଫ୍ଟ କରିବା ପାଇଁ ବ୍ୟବସ୍ଥା କରିବାକୁ କହିଛି। ଏକ ରିପୋର୍ଟ ଅନୁଯାୟୀ, ଭିଆଇ କହିଛି, ‘‘ଦେଶର ନାଗରିକ ଏକ ବଡ଼ ଅଂଶ ଏବେବି 2G ଭଳି ପୁରୁଣା ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି । ଫଳରେ ସେମାନେ ୪ଜି ଏବଂ ୫ଜି ଭଳି ନୂଆ ଯୁଗର ଜ୍ଞାନକୌଶଳର ବ୍ୟବହାର କରିପାରୁନାହାଁନ୍ତି।’’ ଆହୁରି ମଧ୍ୟ ଭିଆଇ କହିଛି, ସ୍ମାର୍ଟଫୋନ୍ ଅଧିକ ମୂଲ୍ୟ କାରଣରୁ ସେମାନେ ୫ଜିକୁ ଯାଇପାରୁନାହାଁନ୍ତି। ତେଣୁ ଏହା ୫ଜି ଇକୋସିଷ୍ଟମ ପାଇଁ ଏକ ବାଧା । ତେଣୁ ସରକାରଙ୍କୁ ଏହା ଉପରେ କିଛି କରିବାର ଆବଶ୍ୟକ ରହିଛି।
ଆହୁରି ପଢ଼ନ୍ତୁ: ୫ଜିକୁ ଆଗକୁ ବଢ଼ାଇବା ପାଇଁ ହାତ ମିଳାଇଲେ ରିଲାଏନ୍ସ ଜିଓ ଏବଂ ୱାନପ୍ଲସ୍ ଇଣ୍ଡିଆ
The post 2G ଏବଂ 3G ସେବା ବନ୍ଦ ପାଇଁ ଚାହୁଛି ରିଲାଏନ୍ସ Jio, ଜାଣନ୍ତୁ କ’ଣ ରହିଛି କାରଣ ? appeared first on Prameya News7.