4-Year-Old Child Allegedly Sold: ରାଜଧାନୀରେ ଚାଞ୍ଚଲ୍ୟ: ପିଲା ବିକ୍ରି ଅଭିଯୋଗ, ୪ ବର୍ଷର ଶିଶୁପୁତ୍ରକୁ ୪୦ ହଜାରରେ ବିକିଲେ !
ଭୁବନେଶ୍ବର ବଡ଼ଗଡ଼ ଥାନାରୁ ଆସିଲା ସାଂଘାତିକ ଅଭିଯୋଗ । ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ।
ରାଜଧାନୀ ଭୁବନେଶ୍ବରରେ ପିଲା ବିକ୍ରି ଅଭିଯୋଗ । ଭୁବନେଶ୍ବର ବଡ଼ଗଡ଼ ଥାନାରୁ ଆସିଲା ସାଂଘାତିକ ଅଭିଯୋଗ । ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ । ଶିଶୁପୁତ୍ରକୁ ଉଦ୍ଧାର କରି ପଚରାଉଚରା କରୁଛି ପୋଲିସ୍ ।
ରାୟଗଡ଼ା ଓ ପାଟଣାଗଡ଼ରୁ ବି ଶିଶୁ ବିକ୍ରି ଅଭିଯୋଗ ଆସିଥିଲା। ୪୦ ହଜାର ଟଙ୍କାରେ ବାପା ମାଆ ଶିଶୁପୁତ୍ରକୁ ବିକି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ବିହାରରୁ ଦମ୍ପତ୍ତି ଭୁବନେଶ୍ବର ବଡ଼ଗଡ଼ ଥାନା ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ତେବେ ଅର୍ଥାଭାବରୁ ନିଜ ୪ ବର୍ଷର ଶିଶୁକୁ ପିପିଲି ଅଞ୍ଚଳର ଏକ ଦମ୍ପତ୍ତିଙ୍କୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ ବଡ଼ଗଡ଼ ଥାନା ପୋଲିସ୍ ଶିଶୁକୁ ଉଦ୍ଧାର କରିଛି। ଘଟଣାରେ ଦୁଇ ଜଣ ମଧ୍ୟସ୍ତିଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
ଅଧିକ ପଢନ୍ତୁ: ମିସେସ୍ ପାଣ୍ଡିଆନ୍ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ
ଏପଟେ ସମ୍ବଲପୁର ବୁର୍ଲା ଭିମସାରରୁ ପିଲା ଚୋରି ଘଟଣାରେ ପୋଲିସର ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ନାକା କରି ସନ୍ଦିଗ୍ଧ ମହିଳାଙ୍କୁ ଖୋଜୁଛି ପୋଲିସ । ଏପଟେ ଦେଶର ସବୁ ଥାନାକୁ ସନ୍ଦିଗ୍ଧ ମହିଳାଙ୍କ ଫଟୋ ପଠାଯାଇଛି। ମହିଳାଙ୍କ ବିଷୟରେ ଜଣାପଡ଼ିଲେ ୧୧୨ କିମ୍ବା ନିକଟ ଥାନାରେ ଜଣାଇବାକୁ ଅପିଲ୍ କରିଛି ସମ୍ବଲପୁର ପୋଲିସ।
ଗତକାଲି ଦିନ ଦିପହରେ ଭିମସାରରେ ଛତିଶଗଡ଼ର ଦମ୍ପତିଙ୍କ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି।