AAPକୁ ଶକ୍ତ ଝଟ୍କା, ହାରିଲେ ସିସୋଦିଆ
ନୂଆଦିଲ୍ଲୀ, ୮।୨: ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ପରାସ୍ତ ହୋଇଛନ୍ତି ମନୀଷ ସିସୋଦିଆ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେଜରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭାଜପା ପ୍ରାର୍ଥୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ପରାସ୍ତ କରିଛନ୍ତି। ଆମ ଆଦମୀ ପାର୍ଟି (ଆପ) କେବଳ ଦିଲ୍ଲୀରେ କ୍ଷମତା ହରାଇନାହିଁ, ବରଂ ଏହାର ପ୍ରମୁଖ ନେତାମାନେ ମଧ୍ୟ ପରାଜୟର ସମ୍ମୁଖୀନ ହେଉଛନ୍ତି। ସିସୋଦିଆ ପାଟପରଗଞ୍ଜ ଆସନରୁ ଦୁଇଥର […] The post AAPକୁ ଶକ୍ତ ଝଟ୍କା, ହାରିଲେ ସିସୋଦିଆ appeared first on Dharitri Odia News.
ନୂଆଦିଲ୍ଲୀ, ୮।୨: ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ପରାସ୍ତ ହୋଇଛନ୍ତି ମନୀଷ ସିସୋଦିଆ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେଜରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭାଜପା ପ୍ରାର୍ଥୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ପରାସ୍ତ କରିଛନ୍ତି। ଆମ ଆଦମୀ ପାର୍ଟି (ଆପ) କେବଳ ଦିଲ୍ଲୀରେ କ୍ଷମତା ହରାଇନାହିଁ, ବରଂ ଏହାର ପ୍ରମୁଖ ନେତାମାନେ ମଧ୍ୟ ପରାଜୟର ସମ୍ମୁଖୀନ ହେଉଛନ୍ତି।
ସିସୋଦିଆ ପାଟପରଗଞ୍ଜ ଆସନରୁ ଦୁଇଥର ବିଧାୟକ ଥିଲେ। ୨୦୨୦ ମସିହାରେ, ସେ ବହୁତ କମ ଭୋଟରେ ଜିତିଥିଲେ। ଏଥର ଦଳ ତାଙ୍କୁ ଜଙ୍ଗପୁରାରୁ ଟିକେଟ ଦେଇଥିଲା। ଏବେ ସେ ଏଠାରେ ମଧ୍ୟ ପରାଜୟର ସାମ୍ନା କରିଛନ୍ତି। ବିଧାନସଭା ର୍ନିବାଚନରେ ପରାଜୟ ଉପରେ ମନୀଷ ସିସୋଦିଆ କହିଛନ୍ତି ଯେ ଆମେ ସମସ୍ତ କର୍ମୀ ଏକାଠି ଜଙ୍ଗପୁରା ବିଧାନସଭା ର୍ନିବାଚନ ଲଢ଼ିଥିଲୁ। ଆମେ 600ଭୋଟରେ ପଛରେ ରହିଲୁ। ମୁଁ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଉଛି।
The post AAPକୁ ଶକ୍ତ ଝଟ୍କା, ହାରିଲେ ସିସୋଦିଆ appeared first on Dharitri Odia News.