AIIMS ବର୍ଣ୍ଣ ୱାର୍ଡ ନିଷିଦ୍ଧାଞ୍ଚଳ: ୧୬୩ ଧାରା ଲାଗୁ
ଭୁବନେଶ୍ୱର,୧୯।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଶନିବାର ରାତିରେ AIIMS ବର୍ଣ୍ଣ ୱାର୍ଡ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ AIIMS ବର୍ଣ୍ଣ ୱାର୍ଡ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩ ଧାରା ଲାଗୁ କରାଯାଇଛି। ଏପରିକି ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିବାକୁ କମିଶନରେଟ୍ […] The post AIIMS ବର୍ଣ୍ଣ ୱାର୍ଡ ନିଷିଦ୍ଧାଞ୍ଚଳ: ୧୬୩ ଧାରା ଲାଗୁ appeared first on Dharitri Odia News.
ଭୁବନେଶ୍ୱର,୧୯।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଶନିବାର ରାତିରେ AIIMS ବର୍ଣ୍ଣ ୱାର୍ଡ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ AIIMS ବର୍ଣ୍ଣ ୱାର୍ଡ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩ ଧାରା ଲାଗୁ କରାଯାଇଛି।
ଏପରିକି ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭାଜପା-ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଏପରିକି ବିରୋଧୀ ସରାକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି AIIMS ପରିସରରେ ୩ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।
The post AIIMS ବର୍ଣ୍ଣ ୱାର୍ଡ ନିଷିଦ୍ଧାଞ୍ଚଳ: ୧୬୩ ଧାରା ଲାଗୁ appeared first on Dharitri Odia News.