Anganwadi Worker Death: ଏକ ତରଫା ପ୍ରେମର କରୁଣ ପରିଣତି; ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା !
ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ଫାର୍ସାରେ ହାଣି ନିର୍ମମ ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରୁଣା ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା ଘଟଣାର ତନାଘନା କରୁଛି ପୋଲିସ।
ବିଭତ୍ସ କାଣ୍ତ ! ଲୋମଟାଙ୍କୁରା କାହାଣୀ । ଏକ ତରଫା ପ୍ରେମର କରୁଣ ପରିଣତି । ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ଫାର୍ସାରେ ହାଣି ନିର୍ମମ ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରୁଣା ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା ଘଟଣାର ତନାଘନା କରୁଛି ପୋଲିସ। ପ୍ରେମ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।
ମୃତ ଅଙ୍ଗନବାଡ଼ି କର୍ମୀ ହେଲେ ଦିବ୍ୟାଭାରତୀ ଅଢା। ଅଭିଯୁକ୍ତ ଶରତକୁ ଖୋଜୁଛି ପୋଲିସ। ସେ ଏବେ ଫେରାର୍ ଅଛି। କିଛି ଦିନ ହେଲା ଦିବ୍ୟାଭାରତୀଙ୍କୁ ଏକତରଫା ପ୍ରେମ କରୁଥିଲା ଶରତ। ବାହା ହେବାକୁ ଚାପ ପକାଉଥିଲା। ଦିବ୍ୟା ମନା କରିବାରୁ ତାଙ୍କୁ ଶରତ ହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶରତକୁ ଧରିବା ପାଇଁ ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ହେମଗିରି ଥାନା ପୋଲିସ। ଗତକାଲି ଜଙ୍ଗଲ ଭିତରୁ ଦିବ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା।
ଅଧିକ ପଢନ୍ତୁ: ପାରୋଲରେ ଆସିଲେ, ସ୍ତ୍ରୀ ସହ ୩ ପିଲାଙ୍କୁ ମାରିଦେଲେ
ହେମଗିର ଥାନା ଜୁଲୁମବାହାଲ ପୁରନା ଗାଁର ଅଙ୍ଗନବାଡି କର୍ମୀ ହେଉଛନ୍ତି ଦିବ୍ୟାଭାରତୀ ଅଢା। ତାଙ୍କୁ ସେହି ଗାଁର ଶରତ କଉଡି ଏକ ତରଫା ପ୍ରେମ ନିବେଦନ କରୁଥିଲେ। କଳେବଳେ କୌଶଳେ ଦିବ୍ୟାଭାରତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ। ହେଲେ ସେଥିରେ ରାଜି ହେଉନଥିଲେ ଦିବ୍ୟାଭାରତୀ। ବାରମ୍ୱାର ଶରତଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିଆସୁଥିଲେ। ଯେଉଁଥିପାଇଁ ଶରତ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ।
ସବୁଦିନ ପରି ଗତକାଲି ଦିବ୍ୟାଭାରତୀ ଅଙ୍ଗନବାଡ଼ି କେନ୍ଦ୍ର ଯାଇଥିଲେ। ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନରେ ଘରକୁ ଫେରୁଥିଲେ। ତେବେ ନିଛାଟିଆ ରାସ୍ତା ଦେଖି ଶତର ଏକ ଫାର୍ସାରେ ତାଙ୍କୁ ଆକ୍ରମଣ କରିଥିଲା ବୋଲି କୁହାଯାଉଛି। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଦିବ୍ୟାଭାରତୀଙ୍କ କାକା ହେମଗିର ଥାନାରେ ଲିଖିର ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।