କାଲି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
ମୟୁରଭଞ୍ଜ:ଅଦିନିଆ ବର୍ଷା ଯୋଗୁଁ ଆସନ୍ତା କାଲି ପୁଣି ପର୍ଯ୍ୟଟକ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ପାଇଁ ଶିମିଳିପାଳ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟ ଆଜି ବନ୍ଦ ଥିଲା। ଯେହେତୁ ଆସନ୍ତାକାଲି ପାଇଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି, ତେଣୁ ତାକୁ ଦୃଷ୍ଟିରେ ରଖି ଶିମିଳିପାଳକୁ ଆସନ୍ତାକାଲି ବନ୍ଦ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ କର୍ତ୍ତୃପକ୍ଷ। […]

ମୟୁରଭଞ୍ଜ:ଅଦିନିଆ ବର୍ଷା ଯୋଗୁଁ ଆସନ୍ତା କାଲି ପୁଣି ପର୍ଯ୍ୟଟକ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ପାଇଁ ଶିମିଳିପାଳ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ବର୍ଷା ପାଇଁ
ଶିମିଳିପାଳ ଅଭୟାରଣ୍ୟ ଆଜି ବନ୍ଦ ଥିଲା। ଯେହେତୁ ଆସନ୍ତାକାଲି ପାଇଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି, ତେଣୁ ତାକୁ ଦୃଷ୍ଟିରେ ରଖି ଶିମିଳିପାଳକୁ ଆସନ୍ତାକାଲି ବନ୍ଦ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ କର୍ତ୍ତୃପକ୍ଷ।
ଦୁଇ ଦିନ ହେଲା ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପାଗ କୋହଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଆହୁରି ୨୪ ଘଣ୍ଟା ଭିଜିବ ଓଡ଼ିଶା, ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ଵ ଅନୁମାନ କରିଛି।