Artificial Intelligence: ୨୦୨୫ ଶେଷ ସୁଦ୍ଧା ଭାରତ ବିକଶିତ କରିବ ନିଜସ୍ୱ AI ମଡେଲ୍, କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଚୀନର ଏଆଇ ଡିପ୍‌ସିକ୍‌ ମଡେଲ୍ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ହୋଇରହିଛି । ଏହାକୁ ନେଇ ଭାରତରେ ବି ଚର୍ଚ୍ଚା ବଢିଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ ଯୋଜନା ଅନୁସାରେ, ଭାରତ ନିଜର (ଲାର୍ଜ ଲାଙ୍ଗୁଏଜ୍ ମୋଡେଲ୍-ଏଲ୍‌ଏଲ୍‌ଏମ୍) ବିକଶିତ କରିବ । ଏହାଦ୍ୱାରା ଓପନ୍ ଏଆଇର ଚାଟ୍‌ଜିପିଟି, ଗୁଗଲର ଜେମିନି ଏବଂ ଚୀନର ଡିପ୍‌ସିକ୍ R1 ପରି ବିଦେଶୀ ମଡେଲ୍ ଉପରେ ନିର୍ଭରତା କମ ରହିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ଦେଶ ଦ୍ୱାରା ନିର୍ମିତ ଏଆଇ ମଡେଲ୍ ଉପରେ ନିର୍ଭର କରିବା ପରିବର୍ତ୍ତେ ଭାରତ ନିଜର ଏକ ନିଜସ୍ୱ ଏଆଇ ମଡେଲ ବିକଶିତ କରିବ ।ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ-ଏପରି ଏକ ଏଆଇ ମଡେଲ୍ ନିର୍ମାଣ କରିବା, ଯାହା ଭାରତର ସଂସ୍କୃତି, ଭାଷା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ କରାଯିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରୋଜେକ୍ଟକୁ ସବୁଜ ସଂକେତ ଦେଇ କହିଛନ୍ତି, ଭାରତର ଏହି ଏଆଇ ମଡେଲ୍ ସମସ୍ତ ପକ୍ଷପାତିତାରୁ ମୁକ୍ତ ରହିବ ଏବଂ ଭାରତୀୟ ଭାଷା ଉପରେ ଗଭୀର ଜ୍ଞାନ ରଖିବ ।ସରକାର ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଏକ ବିଶାଳ ଏଆଇ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏଥିରେ ୧୮,୦୦୦ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ସ (GPUs)ର ଏକ ଅତ୍ୟାଧୁନିକ ଡାଟା ସେଣ୍ଟର ସାମିଲ ହେବ । ଏହି ହାର୍ଡୱେର ଏଆଇର ପ୍ରଶିକ୍ଷଣ ଏବଂ ଏହାକୁ କାର୍ଯ

Artificial Intelligence: ୨୦୨୫ ଶେଷ ସୁଦ୍ଧା ଭାରତ ବିକଶିତ କରିବ ନିଜସ୍ୱ AI ମଡେଲ୍, କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଚୀନର ଏଆଇ ଡିପ୍‌ସିକ୍‌ ମଡେଲ୍ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ହୋଇରହିଛି । ଏହାକୁ ନେଇ ଭାରତରେ ବି ଚର୍ଚ୍ଚା ବଢିଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ ଯୋଜନା ଅନୁସାରେ, ଭାରତ ନିଜର (ଲାର୍ଜ ଲାଙ୍ଗୁଏଜ୍ ମୋଡେଲ୍-ଏଲ୍‌ଏଲ୍‌ଏମ୍) ବିକଶିତ କରିବ । ଏହାଦ୍ୱାରା ଓପନ୍ ଏଆଇର ଚାଟ୍‌ଜିପିଟି, ଗୁଗଲର ଜେମିନି ଏବଂ ଚୀନର ଡିପ୍‌ସିକ୍ R1 ପରି ବିଦେଶୀ ମଡେଲ୍ ଉପରେ ନିର୍ଭରତା କମ ରହିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ଦେଶ ଦ୍ୱାରା ନିର୍ମିତ ଏଆଇ ମଡେଲ୍ ଉପରେ ନିର୍ଭର କରିବା ପରିବର୍ତ୍ତେ ଭାରତ ନିଜର ଏକ ନିଜସ୍ୱ ଏଆଇ ମଡେଲ ବିକଶିତ କରିବ ।

ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ-ଏପରି ଏକ ଏଆଇ ମଡେଲ୍ ନିର୍ମାଣ କରିବା, ଯାହା ଭାରତର ସଂସ୍କୃତି, ଭାଷା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ କରାଯିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରୋଜେକ୍ଟକୁ ସବୁଜ ସଂକେତ ଦେଇ କହିଛନ୍ତି, ଭାରତର ଏହି ଏଆଇ ମଡେଲ୍ ସମସ୍ତ ପକ୍ଷପାତିତାରୁ ମୁକ୍ତ ରହିବ ଏବଂ ଭାରତୀୟ ଭାଷା ଉପରେ ଗଭୀର ଜ୍ଞାନ ରଖିବ ।

ସରକାର ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଏକ ବିଶାଳ ଏଆଇ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏଥିରେ ୧୮,୦୦୦ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ସ (GPUs)ର ଏକ ଅତ୍ୟାଧୁନିକ ଡାଟା ସେଣ୍ଟର ସାମିଲ ହେବ । ଏହି ହାର୍ଡୱେର ଏଆଇର ପ୍ରଶିକ୍ଷଣ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ହୋଇଥାଏ । ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ନିଜର ଏଆଇ ଡାଟା ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହାସହ ସରକାର ୧୦ ମାସ ଭିତରେ ନିଜର ଲାର୍ଜ ଲାଙ୍ଗୁଏଜ୍ (LLM) ପ୍ରସ୍ତୁତ କରିବା ପାଇଁ ମହାତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି । ଭାରତର ଏହି ଏଆଇ ମିଶନରେ ଓଡ଼ିଶାରେ ଏକ ବଡ଼ ଏଆଇ ଡାଟା ସେଣ୍ଟର ସ୍ଥାପନା ସାମିଲ ଥିବା ଫାଇନାନସିଆଲ୍ ଏକ୍ସପ୍ରେସ୍ ରିପୋର୍ଟରେ ଉଲ୍ଲେଖ କରିଛି । ଏହି କେନ୍ଦ୍ର ବୈଷୟିକ ମଜଭୁତକୁ କରିବା ସହ ଡାଟା ସେପ୍ଟି ଉପରେ ମଧ୍ୟରେ ଅଧିକ ଧ୍ୟାନ ଦେବ ।