ATM Withdrawal: ମହଙ୍ଗା ହେବ ATMରୁ ଟଙ୍କା ଉଠାଣ, ଫ୍ରି ଲିମିଟ୍ ପରେ ପ୍ରତି ଥର ପାଇଁ ଗଣିବେ ୧୯ ଟଙ୍କା
ମେ’ରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ। ଅନ୍ୟ ବ୍ୟାଙ୍କରୁ ଉଠାଣ ଲାଗି ଥିବା ଫ୍ରି ଲିମିଟ୍ ପରେ ପ୍ରତି ଆର୍ଥିକ କାରବାର ପାଇଁ ଗ୍ରାହକ ଗଣିବେ ଅତିରିକ୍ତ ୨ ଟଙ୍କାକୁ ମିଶାଇ ୧୯ ଟଙ୍କା। ଏମିତିକି ATMରେ ବାଲାନ୍ସ ଚେକ୍ ପାଇଁ ଏଣିକି ୬ ଟଙ୍କା ବଦଳରେ କଟିବ ୭ ଟଙ୍କା। NPCIର ସୁପାରିଶକ୍ରମେ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ RBIର ଅନୁମୋଦନ ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।