ATM ନିୟମରେ ପରିବର୍ତ୍ତନ; ଟଙ୍କା ନବାହାରିଲେ ୩୦ ସେକେଣ୍ଡରେ ଫେରିଯିବ ମେସିନକୁ

ନୂଆଦିଲ୍ଲୀ ୨୦।୧୨: ବୃଦ୍ଧି ପାଉଛି ଆର୍ଥିକ ଠକେଇ ମାମାଲା । ଗ୍ରାହକଙ୍କୁ ଲୁଟିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି ହ୍ୟାକର । ଏଟିଏମ୍  ଟାମ୍ପରିଂ ପରି ଅନେକ ମାମଲା ଆସୁଛି ସାମ୍ନାକୁ । ଏହାରି ମଧ୍ୟରେ ଏଟିଏମ୍ ପାଇଁ ଆରବିଆଇ ଆଣିଛି ନୂଆ ନିୟମ । ଏନେଇ ଗାଇଡଲାଇନ ଜାରି କରିଛି ଆରବିଆଇ । ଡିସେମ୍ବର ୨୦୨୪ରେ ହୋଇଛି ଏହି ଛୋଟ ପରିବର୍ତ୍ତନ । ତେବେ ଏହି ଛୋଟ ପରିବର୍ତ୍ତନ ଗ୍ରାହକଙ୍କୁ ସୁରକ୍ଷା ଓ ଏଟିଏମ୍ ଠକେଇକୁ ରୋକିବା ପାଇଁ କରାଯାଇଛି ।ଅନେକ ଥର ଦେଖାଯାଏ ଯେ ଗ୍ରାହକମାନେ ଏଟିଏମ୍ ମେସିନରୁ ଟଙ୍କା ଉଠାଇବାକୁ ଯାଆନ୍ତି ଓ କୌଣସି ଭୁଲ ଯୋଗୁଁ ବିଳମ୍ୱରେ ଟଙ୍କା ବାହାରିଥାଏ । ଅନେକ ଏପରି ଅଛନ୍ତି ଟଙ୍କା ଆସିବା ଯାଏଁ ଅପେକ୍ଷା ନ କରି ଏଟିଏମରୁ ପଳାଇ ଆସନ୍ତି । ଯେଉଁ କାରଣରୁ ଟଙ୍କା ଭୁଲ ଲୋକଙ୍କ ହାତକୁ ଯିବାର ଆଶଙ୍କା ରହିଥାଏ । କିନ୍ତୁ ନୂଆ ନିୟମରେ ଯଦି ଗ୍ରାହକ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଟଙ୍କା ନ ନିଅନ୍ତି, ତେବେ ଟଙ୍କା ୩୦ ସେକେଣ୍ଡ ମଧ୍ୟରେ ସ୍ୱୟଂଚାଳିତ ଭାବରେ ମେସିନକୁ ଫେରିଯିବ । ଆଉ ଟଙ୍କା ପ୍ରତ୍ୟାହାର ହେବା ପରେ ମଧ୍ୟ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ନିକଟରେ ଏଟିଏମ୍ ମେସିନରୁ ଟଙ୍କା ଉଠାଇବା ବେଳେ କିଛି ଠକେଇ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ କେତେକ ଠକମାନେ ଏଟିଏମ୍ ମେସିନରୁ ଟଙ୍କା ଚୋରି କରୁଛନ୍ତି । ଯେଉଁଥିପାଇଁ ଆରବିଆଇ ଏହି ନୂଆ ପରିବର୍ତ୍ତନ ଆଣିଛି । ଏଥିରେ ଗ୍ରାହ

ATM ନିୟମରେ ପରିବର୍ତ୍ତନ; ଟଙ୍କା ନବାହାରିଲେ ୩୦ ସେକେଣ୍ଡରେ ଫେରିଯିବ ମେସିନକୁ

ନୂଆଦିଲ୍ଲୀ ୨୦।୧୨: ବୃଦ୍ଧି ପାଉଛି ଆର୍ଥିକ ଠକେଇ ମାମାଲା । ଗ୍ରାହକଙ୍କୁ ଲୁଟିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି ହ୍ୟାକର । ଏଟିଏମ୍  ଟାମ୍ପରିଂ ପରି ଅନେକ ମାମଲା ଆସୁଛି ସାମ୍ନାକୁ । ଏହାରି ମଧ୍ୟରେ ଏଟିଏମ୍ ପାଇଁ ଆରବିଆଇ ଆଣିଛି ନୂଆ ନିୟମ । ଏନେଇ ଗାଇଡଲାଇନ ଜାରି କରିଛି ଆରବିଆଇ । ଡିସେମ୍ବର ୨୦୨୪ରେ ହୋଇଛି ଏହି ଛୋଟ ପରିବର୍ତ୍ତନ । ତେବେ ଏହି ଛୋଟ ପରିବର୍ତ୍ତନ ଗ୍ରାହକଙ୍କୁ ସୁରକ୍ଷା ଓ ଏଟିଏମ୍ ଠକେଇକୁ ରୋକିବା ପାଇଁ କରାଯାଇଛି ।

ଅନେକ ଥର ଦେଖାଯାଏ ଯେ ଗ୍ରାହକମାନେ ଏଟିଏମ୍ ମେସିନରୁ ଟଙ୍କା ଉଠାଇବାକୁ ଯାଆନ୍ତି ଓ କୌଣସି ଭୁଲ ଯୋଗୁଁ ବିଳମ୍ୱରେ ଟଙ୍କା ବାହାରିଥାଏ । ଅନେକ ଏପରି ଅଛନ୍ତି ଟଙ୍କା ଆସିବା ଯାଏଁ ଅପେକ୍ଷା ନ କରି ଏଟିଏମରୁ ପଳାଇ ଆସନ୍ତି । ଯେଉଁ କାରଣରୁ ଟଙ୍କା ଭୁଲ ଲୋକଙ୍କ ହାତକୁ ଯିବାର ଆଶଙ୍କା ରହିଥାଏ । କିନ୍ତୁ ନୂଆ ନିୟମରେ ଯଦି ଗ୍ରାହକ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଟଙ୍କା ନ ନିଅନ୍ତି, ତେବେ ଟଙ୍କା ୩୦ ସେକେଣ୍ଡ ମଧ୍ୟରେ ସ୍ୱୟଂଚାଳିତ ଭାବରେ ମେସିନକୁ ଫେରିଯିବ । ଆଉ ଟଙ୍କା ପ୍ରତ୍ୟାହାର ହେବା ପରେ ମଧ୍ୟ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । 

ନିକଟରେ ଏଟିଏମ୍ ମେସିନରୁ ଟଙ୍କା ଉଠାଇବା ବେଳେ କିଛି ଠକେଇ ମାମଲା ସାମ୍ନାକୁ ଆସିଛି । ବାସ୍ତବରେ କେତେକ ଠକମାନେ ଏଟିଏମ୍ ମେସିନରୁ ଟଙ୍କା ଚୋରି କରୁଛନ୍ତି । ଯେଉଁଥିପାଇଁ ଆରବିଆଇ ଏହି ନୂଆ ପରିବର୍ତ୍ତନ ଆଣିଛି । ଏଥିରେ ଗ୍ରାହକଙ୍କ ପାଇଁ ନିରାପଦରେ ଟଙ୍କା ଉଠାଇବା ହେବ ସହଜ । ନୂଆ ପରିବର୍ତ୍ତନ ଏଟିଏମରୁ ଟଙ୍କା ପ୍ରତ୍ୟାହାରକୁ ଆହୁରି ସୁରକ୍ଷିତ କରିବ।