ଏକ୍ସପାରୀ ଔଷଧ ଖାଇବାକୁ ଦେଇ ୨ ଶିକ୍ଷୟିତ୍ରୀ ନିଲମ୍ୱିତ

ସୋମବାର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୩ ବର୍ଷ ତଳର ଏକ୍ସପାରୀ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା। ପିଲାମାନେ ମେଡ଼ିସିନ୍‌ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ।

ଏକ୍ସପାରୀ ଔଷଧ ଖାଇବାକୁ ଦେଇ ୨ ଶିକ୍ଷୟିତ୍ରୀ ନିଲମ୍ୱିତ

ପାରାଦୀପରେ ଏକ୍ସପାରୀ ଔଷଧ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା। ଏହି ଘଟଣାରେ ଲକପଡ଼ା ୟୁପି ସ୍କୁଲର ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି କୁଜଙ୍ଗ ବିଇଓ। ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ ଓ ସହକାରୀ ଶିକ୍ଷୟିତ୍ରୀ ଦୀପ୍ତି ସ୍ୱାଇଁ ନିଲମ୍ବିତ ହୋଇଛନ୍ତି। ଆଉ ୨ ସହକାରୀ ଶିକ୍ଷୟିତ୍ରୀଙ୍କୁ ବିଇଓଙ୍କ କାରଣ ଦର୍ଶାଅ ନୋଟିସ କରିଛନ୍ତି। ହଜାରେ ଷ୍ଟ୍ରିପ୍‌ରୁ ଅଧିକ ଏକ୍ସପାରୀ ଔଷଧ ଜବତ କଲା ସ୍ୱାସ୍ଥ୍ୟ ବିଭାଗ।

ସୋମବାର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୩ ବର୍ଷ ତଳର ଏକ୍ସପାରୀ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା। ପିଲାମାନେ ମେଡ଼ିସିନ୍‌ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏକ୍ସପାରୀ ଆଇରନ ବଟିକା ଖାଇବା ପରେ ଛାତ୍ରଛାତ୍ରୀଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କି ହସ୍ପିଟାଲକୁ ନିଆଯାଇଥିଲା।