AUS vs WI:କରୋନା ପଜିଟିଭ୍‌ ହେବାପରେ ମଧ୍ୟ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର

ମେଲବୋର୍ନ,୨।୧ :ଅଷ୍ଟ୍ରେଲିଆ ଗସ୍ତରେ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ୧-୧ ଡ୍ରରେ ହେବା ପରେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଆଜି ମେଲବୋର୍ନର ଐତିହାସିକ କ୍ରିକେଟ ପଡ଼ିଆରେ ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶଙ୍କ କୋଭିଡ ପଜିଟିଭ ଖବର ପ୍ରଚାରିତ ହୋଇଥିଲା। ଏହା ପରେ ମଧ୍ୟ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିବାକୁ […] The post AUS vs WI:କରୋନା ପଜିଟିଭ୍‌ ହେବାପରେ ମଧ୍ୟ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର appeared first on Dharitri Odia News.

AUS vs WI:କରୋନା ପଜିଟିଭ୍‌ ହେବାପରେ ମଧ୍ୟ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର

ମେଲବୋର୍ନ,୨।୧ :ଅଷ୍ଟ୍ରେଲିଆ ଗସ୍ତରେ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ୧-୧ ଡ୍ରରେ ହେବା ପରେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଆଜି ମେଲବୋର୍ନର ଐତିହାସିକ କ୍ରିକେଟ ପଡ଼ିଆରେ ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶଙ୍କ କୋଭିଡ ପଜିଟିଭ ଖବର ପ୍ରଚାରିତ ହୋଇଥିଲା। ଏହା ପରେ ମଧ୍ୟ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିବାକୁ ଆସିଛନ୍ତି।
ଅଷ୍ଟ୍ରେଲିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିସ ମ୍ୟାଚ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ କୋଭିଡ ସଂକ୍ରମିତ ହେବା ପରେ ମଧ୍ୟ ଇଂଲିସ ପ୍ରଥମ ଦିନିକିଆରୁ ବାଦ୍‌ ପଡ଼ ନ ଥିଲେ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ଖେଳିବାକୁ ଆସିଥିଲେ। ଜୋସ ଇଂଲିସ ଦେଶ ପାଇଁ ଖେଳିବାର ଏହି ଅନୁଭବକୁ କ୍ରିକେଟ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ଜୋସ ଇଂଲିସ ହେଉଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ଉଇକେଟ କିପର ବ୍ୟାଟ୍ସମ୍ୟାନ।

The post AUS vs WI:କରୋନା ପଜିଟିଭ୍‌ ହେବାପରେ ମଧ୍ୟ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର appeared first on Dharitri Odia News.