BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି
ନୂଆଦିଲ୍ଲୀ,୭।୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍କୁ ବାରାଣସୀରୁ ଜବତ କରାଯାଇଛି। ଏହି କାର୍ଟି ଗତ ମାସରେ ଦିଲ୍ଲୀରୁ ଚୋରି ହୋଇଯାଇଥିଲା। ପୋଲିସ ଏବେ ଗାଡ଼ି ସହ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ବଡକଲ ନିବାସୀ ଶାହିଦ ଏବଂ ଶିବାଙ୍ଗ ତ୍ରିପାଠୀ। ତେବେ ଅଭିଯୁକ୍ତମାନେ ଗାଡ଼ିକୁ ନାଗାଲାଣ୍ଡକୁ ପଠାଇବାକୁ ଯୋଜନା କରୁଥିବା ପୋଲିସ ଦାବି କରିଛି। ସୂଚନା ମୁତାବକ, ମାର୍ଚ୍ଚ ୧୯ରେ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ ନଡ୍ଡାଙ୍କ […] The post BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି appeared first on Dharitri Odia News.
ନୂଆଦିଲ୍ଲୀ,୭।୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍କୁ ବାରାଣସୀରୁ ଜବତ କରାଯାଇଛି। ଏହି କାର୍ଟି ଗତ ମାସରେ ଦିଲ୍ଲୀରୁ ଚୋରି ହୋଇଯାଇଥିଲା। ପୋଲିସ ଏବେ ଗାଡ଼ି ସହ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ବଡକଲ ନିବାସୀ ଶାହିଦ ଏବଂ ଶିବାଙ୍ଗ ତ୍ରିପାଠୀ। ତେବେ ଅଭିଯୁକ୍ତମାନେ ଗାଡ଼ିକୁ ନାଗାଲାଣ୍ଡକୁ ପଠାଇବାକୁ ଯୋଜନା କରୁଥିବା ପୋଲିସ ଦାବି କରିଛି।
ସୂଚନା ମୁତାବକ, ମାର୍ଚ୍ଚ ୧୯ରେ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି ହୋଇଥିଲା। ଏନେଇ ଡ୍ରାଇଭର ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଥିଲା। ଅଭିଯୁକ୍ତ କ୍ରେଟାରେ ଆସି କୋର୍ ଚୋରି କରିଥିବା ପୋଲିସ କହିଛି।
ପୋଲିସ କହିବାନୁଯାୟୀ, ଅଭିଯୁକ୍ତମାନେ ବଡକଲ ନେଇ ଯାଇ ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇ ଦେଇଥିଲେ। ଏହାପରେ ଅଲୀଗଡ଼, ଲକ୍ଷ୍ମୀପୁର, ଖୀରୀ, ବରେଲି, ସୀତାପୁର, ଲକ୍ଷ୍ନୌ ଦେଇ ବନାରସ ଯାଇଥିଲେ। ଆଗାମୀ ଦିନରେ କାର୍କୁ ନାଗାଲାଣ୍ଡ ପଠାଇବାକୁ ପ୍ରସ୍ତୁତି କରାଯାଉଥିଲା।
The post BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି appeared first on Dharitri Odia News.