Blood Moon: ବଦଳିଯିବ ଜହ୍ନର ରଙ୍ଗ, ରାତି ଆକାଶରେ ହୋଇଯିବ ଗାଢ ଲାଲ୍
ବଦଳିଯିବ ଜହ୍ନର ରଙ୍ଗ। ଦେଖାଯିବ ଗାଢ ଲାଲ୍। ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍ ହୋଲି ଦିନରେ ଆକାଶରେ ଦେଖି ପାରିବେ ବ୍ଲଡ ମୁନ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ କଣ ଏହି ବ୍ଲ ମୁନ ? କେବେ ଆଉ କାହିଁକି ଦେଖା ଯାଇଥାଏ ଏପରି ଦୃଶ୍ୟ ? ଆସନ୍ତୁ ଜାଣିବା। ବ୍ଲଡ ମୁନର ଅର୍ଥ ହେଉଛି ଲାଲ ରଙ୍ଗର ଚନ୍ଦ୍ର ବା ଜହ୍ନ। ଏପରି ଦୃଶ୍ୟ କେବଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ ଦେଖା […] The post Blood Moon: ବଦଳିଯିବ ଜହ୍ନର ରଙ୍ଗ, ରାତି ଆକାଶରେ ହୋଇଯିବ ଗାଢ ଲାଲ୍ appeared first on Dharitri Odia News.
ବଦଳିଯିବ ଜହ୍ନର ରଙ୍ଗ। ଦେଖାଯିବ ଗାଢ ଲାଲ୍। ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍ ହୋଲି ଦିନରେ ଆକାଶରେ ଦେଖି ପାରିବେ ବ୍ଲଡ ମୁନ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ କଣ ଏହି ବ୍ଲ ମୁନ ? କେବେ ଆଉ କାହିଁକି ଦେଖା ଯାଇଥାଏ ଏପରି ଦୃଶ୍ୟ ? ଆସନ୍ତୁ ଜାଣିବା।
ବ୍ଲଡ ମୁନର ଅର୍ଥ ହେଉଛି ଲାଲ ରଙ୍ଗର ଚନ୍ଦ୍ର ବା ଜହ୍ନ। ଏପରି ଦୃଶ୍ୟ କେବଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ ଦେଖା ଯାଇଥାଏ। ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିରେ ପୃଥିବୀ ରହିଲେ ଅର୍ଥାତ ଏକ ସରଳରେଖାରେ ରହିଲେ ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଏ। ଏହି କାରଣରୁ ଚନ୍ଦ୍ର ଉପରେ ସୂର୍ଯ୍ୟାଲୋକ ଆଂଶିକ ଭାବରେ ପଡିଥାଏ। ତେବେ ଆସନ୍ତା ହୋଲିରେ ଦେଖିବାକୁ ମିଳିବ ଚନ୍ଦ୍ର ଗ୍ରହଣ। ଏହି ସମୟରେ ୬୫ ମିନିଟ ପାଇଁ ଆକାଶରେ ଦିଶିବ ବ୍ଲ ମୁନ । ଏହି ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ତାରିଖ ସକାଳ ୯ ଟା ୨୯ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ୨୯ ରେ ଶେଷ ହେବ। ତେବେ ଦିନ ୧୧ ଟା ୨୯ ମିନିଟରୁ ଆରମ୍ଭ କରି ପ୍ରାୟ ୫୯ ମିନିଟ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ ବ୍ଲଡ ମୁନ ।
ଚନ୍ଦ୍ରର ରଙ୍ଗ ଲାଲ ଦେଖାଯିବାକୁ ବ୍ଲଡ ମୁନ କୁହାଯାଏ। ଚନ୍ଦ୍ରଗ୍ରହଣରେ ଆଂଶିକ ଭାବେ ସୂର୍ଯ୍ୟଲୋକ ଚନ୍ଦ୍ର ଉପରେ ପଡିଥାଏ। କିନ୍ତୁ ବାୟୁରେ ଥିବା ଧୁଳି ଓ ଅନ୍ୟ କଣିକା କାରଣରୁ ସୂର୍ଯ୍ୟଙ୍କ ଲାଲ କିରଣ କେତେକାଂଶରେ ଚନ୍ଦ୍ର ପାଖରେ ପହଞ୍ଚିଥାଏ। ଏହି କାରଣରୁ ଚନ୍ଦ୍ରର ରଙ୍ଗ ଲାଲ ଦେଖଯାଇଥାଏ। ମାର୍ଚ୍ଚରେ ବ୍ଲଡ ମୁନ ଅଷ୍ଟ୍ରେଲିଆ, ୟୁରୋପ, ଆମେରିକା ତଥା ପୂର୍ବ ଏସୀୟ ସହର ମାନଙ୍କରେ ଦୃଶ୍ୟମାନ ହେବ।
The post Blood Moon: ବଦଳିଯିବ ଜହ୍ନର ରଙ୍ଗ, ରାତି ଆକାଶରେ ହୋଇଯିବ ଗାଢ ଲାଲ୍ appeared first on Dharitri Odia News.