Champions Trophy 2025 : ଟସ୍ ଜିତିଲେ ମ୍ୟାଚ୍ ହାରିବ ଟିମ୍ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ
ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ କରିଛି। ନ୍ୟୁଜିଲାଣ୍ଡର ବିଜୟ ଟିମ ଇଣ୍ଡିଆ ପାଇଁ […] The post Champions Trophy 2025 : ଟସ୍ ଜିତିଲେ ମ୍ୟାଚ୍ ହାରିବ ଟିମ୍ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ appeared first on Dharitri Odia News.
ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ କରିଛି। ନ୍ୟୁଜିଲାଣ୍ଡର ବିଜୟ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଏବଂ ଏହାର କାରଣ ହେଉଛି ବିଗତ ଦିନର ଇତିହାସ, ଯାହାକି ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇପାରେ। ତେବେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ଲଢେଇରେ ଟସ କେତେ ମହତ୍ତ୍ୱପୂର୍ଣ୍ଣ ହୋଇପାରେ ଜାଣିବା ସେ ବାବଦରେ…
ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ମାତ୍ ଦେଇ ଫାଇନାଲ ପ୍ରବେଶ କରିଛି । ଯାହା ଭାରତ ପାଇଁ କାଳ ସାଜିପାରେ । ସେମିଫାଇନାଲ ବିଜୟ ପରେ କିୱି ଅଧିନାୟକ ମିଚେଲ ସେଣ୍ଟନରଙ୍କୁ ଟସ ଜିତିବାକୁ ନେଇ ପ୍ରଶ୍ନ କରାଯାଇଥିଲା । ବ୍ଲାକଯାପ ଅଧିନାୟକ ସେଣ୍ଟନର ପ୍ରକାଶ କରିଥିଲେ ଯେ, ଫାଇନାଲରେ ସେମାନେ ଟସ ଜିତିବା ଉପରେ ଗୁରୁତ୍ତ୍ୱ ଦେବେ ଓ ପରିସ୍ଥିତି ଅନୁଯାୟୀ ସେମାନେ ବ୍ୟାଟିଂ କିମ୍ବା ବୋଲିଂ ନିଷ୍ପତ୍ତି ନେବେ । ଫଳରେ ଭାରତ ଉପରେ ଚାପ ସୃଷ୍ଟି କରାଯାଇ ଚାନ୍ସ ଜିତି ହେବ ।
Champions Trophy 2025 News: ସେପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ଥର ବି ଟସ ଜିତି ନାହାନ୍ତି । ଲଗାତାର ଭାବରେ ସେ ୧୧ ତମ ଟସ ହାରିଛନ୍ତି । ଫଳରେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ହେବ।
ସେହିପରି ଟସ ନ ଜିତିବା ମଧ୍ୟ ରୋହିତଙ୍କ ପାଇଁ କେହି କେହି ଆର୍ଶିବାଦ କହୁଛନ୍ତି । କାରଣ ରୋହିତ ପ୍ରତିପକ୍ଷ ଅଧିନାୟକଙ୍କ ନିଷ୍ପତ୍ତି ଅନୁସାରେ ହିଁ ନିଜକୁ ଖାପ ଖୁଆଇ ଚାଲିଛନ୍ତି। ଫଳରେ ଏଭଳି ଚାନ୍ସ ଓ ସମୀକ୍ଷକଙ୍କ ପାଇଁ ଏହା ଶୁଭ ସଂକେତ ।
Champions Trophy 2025 News: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପାଇଁ ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ।
The post Champions Trophy 2025 : ଟସ୍ ଜିତିଲେ ମ୍ୟାଚ୍ ହାରିବ ଟିମ୍ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ appeared first on Dharitri Odia News.