Chilika Lake: କାମରେ ଆସୁନି ନୂଆ ଭସାପୋଲ, ପୁରୁଣା ଭସାପୋଲରେ ପାର ହେଉଛନ୍ତି ଲୋକେ
ଅଥଳ ଚିଲିକା ଜଳରାଶିରେ ଆଗେଇ ଚାଲିଛି ଭସାପୋଲ । ଦୁଇ ଚକିଆ, ଚାରି ଚକିଆ ଯାନ ସହ ଲୋଡ୍ ହୋଇଛି ବସ୍ । ଆଉ ଏହି ଭସାପୋଲର ଅନେକ ଅଂଶ ଭାଙ୍ଗିରୁଜି ଗଲାଣି, ତଳ ପ୍ଲେଟ୍ କି କଣା ହୋଇଗଲାଣି । ଏଭଳି ବିପଦସଙ୍କୁଳ ଅବସ୍ଥାରେ ନିଇତି ଯାତାୟାତ କରୁଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦବାସୀ ।