Congress MLA Suspended: ବିଧାନସଭା ଇତିହାସରେ ଅଲୋଡ଼ା ଅଧ୍ୟାୟ, ବିଶୃଙ୍ଖଳିତ ଆଚରଣ ପାଇଁ ସବୁ କଂଗ୍ରେସ ବିଧାୟକ ସସପେଣ୍ଡ
ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡ଼ା ଅଧ୍ୟାୟ। ବିଶୃଙ୍ଖଳିତ ଆଚରଣ ପାଇଁ ଏକାବେଳେ ନିଲମ୍ବିତ ହେଲେ କଂଗ୍ରେସ ଦଳର ସମସ୍ତ ୧୪ ବିଧାୟକ। ଗତକାଲି ଦିନ ସାରା ଏବଂ ରାତି ତମାମ ଯେଭଳି ବିରୋଧୀଙ୍କ ହାଇଡ୍ରାମା ଚାଲିଲା, ସାରା ରାଜ୍ୟ ଦେଖିଲା। କେବଳ ସେତିକି ନୁହେଁ, ଲୋୟର ପିଏମଜି ଓ ଆସେମ୍ବ୍ଲି ଆଗରେ ବି ନେତା ଓ କର୍ମୀଙ୍କ ଉଗ୍ର ଆଚରଣ, ଓଡ଼ିଶା ରାଜନୀତି ଇତିହାସରେ କେବେ ଦେଖିବାକୁ ମିଳିନଥିଲା।