Differently Abled Person: ଦିବ୍ୟାଙ୍ଗଙ୍କ ପାଇଁ ନିର୍ଦ୍ଦୟ ଶିକ୍ଷା ବିଭାଗ...ଦେଢ଼ ବର୍ଷ ପରେ ବି ଘୁଞ୍ଚୁନି ବଦଳି ଫାଇଲ୍
ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଙ୍କାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା ବିଭାଗକୁ ନୋଟିସ ବି ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅରୁଣଙ୍କ ବଦଳିର ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିଯାଏ ପଡିରହିଛି ଫାଇଲ ।