Doctors Baffled: ଥଣ୍ଡା ଜିନିଷ ଧରିଲେ ଗରମ୍ ଓ ଗରମ୍ ଜିନିଷ ଧରିଲେ ଲାଗୁଛି ଥଣ୍ଡା, ରୋଗ ଜାଣି ପାରୁନାହାନ୍ତି ଡାକ୍ତର
ଗତ ୫ ବର୍ଷ ଧରି ଏହି ରୋଗରେ ପୀଡିତ ଅଛନ୍ତି ସେ । ତାଙ୍କର ହାତ ଓ ପାଦକୁ ଚିମୁଟିଲେ ସେ କିଛି ଜାଣିପାରୁନାହାନ୍ତି । ପ୍ରାୟତଃ ବଧିରା ହୋଇଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଷ୍ଟ୍ରେଲିଆର ଅଇଡାନ୍ ମ୍ୟାକମାନୁସ୍ ନାମକ ଏହି ଯୁବକ ଥଣ୍ଡା ଜିନିଷ ଧରିଲେ, ତାଙ୍କ ହାତ ତାତିଯାଉଛି । ଠିକ୍ ସେହିଭଳି ଗରମ୍ ଜିନିଷ ଧରିଲେ ତାଙ୍କୁ ଥଣ୍ଡା ଥଣ୍ଡା ଲାଗୁଛି ।