Durga Puja 2024: ବେଶ୍ୟାଳୟ ମାଟିରେ କାହିଁକି ତିଆରି ହୁଏ ଦେବୀଙ୍କ ପବିତ୍ର ପ୍ରତିମା…

ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି।

Durga Puja 2024: ବେଶ୍ୟାଳୟ ମାଟିରେ କାହିଁକି ତିଆରି ହୁଏ ଦେବୀଙ୍କ ପବିତ୍ର ପ୍ରତିମା…

ଶାରଦୀୟ ନବରାତ୍ରୀର ପବିତ୍ର ପର୍ବ ୦୩ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଏହା ୧୨ ଅକ୍ଟୋବରରେ ଶେଷ ହେବ। ଯେଉଁମାନେ ସମଗ୍ର ନବରାତ୍ରୀକୁ ନିଷ୍ଠାର ସହିତ ପାଳନ କରୁଛନ୍ତି, ସେମାନେ ଦଶମୀ ତିଥିରେ ଏହି ବ୍ରତ ଭାଙ୍ଗିବାର ନିୟମ ରହିଛି।

ଏହି ବର୍ଷ ନବମୀ ତିଥି ୧୨ ଅକ୍ଟୋବର ସକାଳ ୧୦.୫୮ ରେ ଶେଷ ହେଉଛି। ଏହା ପରେ ଦଶମୀ ତିଥି ଆରମ୍ଭ ହେବ। ତେଣୁ, ଆପଣ ଅକ୍ଟୋବର ୧୨ ସକାଳ ୧୦.୫୮ ପରେ ଉପବାସ ଭାଙ୍ଗିପାରିବେ।

ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ଏହିଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି। ଏହି ଅବସରରେ ଆସନ୍ତୁ ଦୁର୍ଗାପୂଜା ପାଇଁ ହେଉଥିବା ମୂର୍ତ୍ତିକୁ ନେଇ କିଛି ରୋଚକ କଥା ଜାଣିନେବା।

ବେଶ୍ୟାଳୟରୁ ଆସେ ମାଟି:

ଉତ୍ତର ଭାରତ ଏବଂ ଉତ୍ତର ପୂର୍ବରେ ଧୂମ୍‌ଧାମ୍‌ରେ ନବରାତ୍ରୀ ପୂଜା କରାଯାଏ। ପୂରା ନଅ ଦିନ ଧରି ବିଧି ବିଧାନ ସହିତ ମା’ଙ୍କୁ ପୂଜା କରାଯାଏ। ମା’ଙ୍କର ସ୍ଥାପନା ପୂର୍ବରୁ, ମା’ଙ୍କର ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ।

Why the holy idol of the goddess Durga made of clay in the brothelବେଶ୍ୟାଳୟରୁ ଆସେ ମାଟି

ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ମା’ଙ୍କର ମୂର୍ତ୍ତି ତିଆରି କରିବାରେ ଗଙ୍ଗାର ମାଟି, ଗୋମୂତ୍ର, ଗୋବର ଏବଂ ବେଶ୍ୟାଳୟର ମାଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ତେବେ ଆସନ୍ତୁ ଜାଣିବା ମା’ ଦୁର୍ଗାଙ୍କର ମୂର୍ତ୍ତି କାହିଁକି ବେଶ୍ୟାଳୟ ମାଟିରୁ ତିଆରି ହୁଏ?

କାହିଁକି ବେଶ୍ୟାଳୟରୁ ଆସେ ମାଟି:

ସାଧାରଣତଃ ବେଶ୍ୟାମାନଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ଏନେଇ ସେମାନଙ୍କ ସମାଜ ପ୍ରତି ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ନେଇ ମା’ ଦୁର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ପ୍ରାଙ୍ଗଣର ମାଟିରୁ ନିର୍ମିତ ହୁଏ, ଯାହା ଦ୍ୱାରା ସେମାନଙ୍କର ଗୁରୁତ୍ୱ ମଧ୍ୟ ବଢିପାରେ ଏବଂ ତାଙ୍କୁ ମଧ୍ୟ ପବିତ୍ର ବିବେଚନା କରାଯାଏ।

Why the holy idol of the goddess Durga made of clay in the brothelକାହିଁକି ବେଶ୍ୟାଳୟରୁ ଆସେ ମାଟି

ବେଶ୍ୟାଳୟ ମାଟିର ମହତ୍ତ୍ୱ:

ବେଶ୍ୟାଳୟ ମାଟିରୁ ଦୁର୍ଗା ମା’ଙ୍କ ପ୍ରତିମା ତିଆରି କରିବା ପଛରେ ଅନେକ ବିଶ୍ୱାସ ମଧ୍ୟ ଅଛି। ବିଶ୍ୱାସ କରାଯାଏ ଯେ ପୂର୍ବରୁ ମନ୍ଦିରର ପୁରୋହିତମାନେ ବେଶ୍ୟାଳୟ ନିକଟକୁ ଯାଇ ବେଶ୍ୟାମାନଙ୍କ ଠାରୁ ସେମାନଙ୍କ ଅଗଣାର ମାଟିକୁ ଆଣୁଥିଲେ ଏବଂ ଏହା ପରେ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରାଯାଉଥିଲା। ଧିରେ ଧିରେ ଏହି ପରମ୍ପରା ବଢିଲା ଏବଂ ନବରାତ୍ରୀ ପୂଜା ପାଇଁ ଯେଉଁ ମୂର୍ତ୍ତିଗୁଡ଼ିକ ତିଆରି ହେଉଥିଲା ସେଥିରେ ବି ବେଶ୍ୟାଳୟର ମାଟିର ବ୍ୟବହାର ହେଲା।

Why the holy idol of the goddess Durga made of clay in the brothelବେଶ୍ୟାଳୟ ମାଟିର ମହତ୍ତ୍ୱ

କୁହାଯାଏ ଯେ ସେତେବେଳେ ବେଶ୍ୟାମାନେ ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ ଯେ ସେମାନଙ୍କ ଅଗଣାର ମାଟିରେ ଦେବୀ ମୂର୍ତ୍ତି ନିର୍ମାଣ ହେବା ନେଇ। ମାତା ଦୁର୍ଗା ସେମାନଙ୍କ ପ୍ରାର୍ଥନାକୁ ସ୍ୱୀକାର କରି ତାଙ୍କ ଭକ୍ତମାନଙ୍କୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ତାଙ୍କ ପ୍ରତିମା ନିର୍ମାଣ କରିବାକୁ କହିଥିଲେ। ମାତା ଦୁର୍ଗା ସେମାନଙ୍କୁ ବରଦାନ ଦେଇଥିଲେ ଯେ କେବଳ ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କଲେ ହିଁ ସେମାନଙ୍କ ବ୍ରତ ସଫଳ ହେବ। ସେହିଦିନଠାରୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଆରମ୍ଭ ହୋଇଥିଲା।