EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। VVPAT ସ୍ଲିପ୍‌ ସହ ଜଡିତ ସମସ୍ତ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି – ପ୍ରଥମଟି ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ, ସିମ୍ବଲ ଲୋଡିଂ ୟୁନିଟ (SLU) କୁ […] The post EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ appeared first on Dharitri Odia News.

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। VVPAT ସ୍ଲିପ୍‌ ସହ ଜଡିତ ସମସ୍ତ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୁପ୍ରିମକୋର୍ଟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି – ପ୍ରଥମଟି ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ, ସିମ୍ବଲ ଲୋଡିଂ ୟୁନିଟ (SLU) କୁ ସିଲ କରାଯିବା ଉଚିତ ଏବଂ ସେଗୁଡିକ ଅତି କମରେ ୪୫ ଦିନ ସଂରକ୍ଷଣ କରାଯିବା ଉଚିତ୍‌। ଦ୍ୱିତୀୟଟି ହେଉଛି ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ। ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ।
ଏଥିସହ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଭବିଷ୍ୟତରେ VVPAT ସ୍ଲିପରେ ବାର କୋଡ ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଏହା ବ୍ୟତୀତ ବାଲଟ ପେପର ମାଧ୍ୟମରେ ନିର୍ବାଚନ ହେବାର ଦାବି ମଧ୍ୟ ବେଞ୍ଚ ଗ୍ରହଣ କରି ନାହିଁ।
EVMରେ ଏକ କଣ୍ଟ୍ରୋଲ ୟୁନିଟ୍‌ ଏବଂ ବାଲଟିଂ ୟୁନିଟ୍‌ ଥାଏ। ଏହି ଦୁଇ ୟୁନିଟ୍‌ ଏକ କେବୁଲ ଦ୍ୱାରା ସଂଯୁକ୍ତ। ଦୁଇଟିଯାକ ୟୁନିଟ୍‌କୁ ଏକ VVPAT ମେଶିନ୍‌ ସହ ସଂଯୋଗ କରାଯାଇଥାଏ। ଜଣେ ଭୋଟର ମତଦାନ କରିବା ପରେ ସେ ସମର୍ଥନ କରୁଥିବା ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ଭୋଟ ଯାଇଛି କି ନାହିଁ ତାହା ଏହି ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ରୁ ସ୍ପଷ୍ଟ ଭାବେ ଜାଣିହୁଏ। ବର୍ତ୍ତମାନ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ୫ଟି ଲେଖାଏ EVM ଏବଂ VVPAT ସିଷ୍ଟମ୍‌ର ଯାଞ୍ଚ କରାଯାଉଛି। ଗତ କିଛି ବର୍ଷ ହେଲା ଇଭିଏମ୍‌ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଆସୁଛନ୍ତି। ଏହି ସ୍ଥଳେ EVM ସହ ସେଥିରୁ ବାହାରୁଥିବା ସମସ୍ତ ସ୍ଲିପ୍‌କୁ ମେଳ କରାଇବା ପାଇଁ ଇସିଙ୍କୁ ନିର୍ଦ୍ଦେଶ ଦେବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି।
ଶେଷ ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚ VVPAT ସହିତ ଇଭିଏମ ମାଧ୍ୟମରେ ଦିଆଯାଇଥିବା ଭୋଟ ଯାଞ୍ଚ କରିବାକୁ ଅନୁରୋଧ କରିଥିବା ଆବେଦନ ଉପରେ ସଂରକ୍ଷିତ ରଖିଥିଲେ।

The post EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ appeared first on Dharitri Odia News.