Flood in Balasore: କମୁନି ସୁବର୍ଣ୍ଣରେଖା ଦୁର୍ଗତଙ୍କ ଦୁର୍ଦ୍ଦଶା, ୬୦ରୁ ଊର୍ଦ୍ଧ୍ୱ ଗାଁ ଉବୁଟୁବୁ
ଘରେ ପାଣି, ବାହାରେ ପାଣି । ଉବୁଟୁବୁ ରାସ୍ତାଘାଟ, ଜଳାର୍ଣ୍ଣବ ଗାଁ ଗଣ୍ଡା । ଆଉ ଏପଟେ ନଦୀର ପ୍ରଳୟଙ୍କାରୀ ରୂପ ଦେଖିଲେ, ବଢିଯାଉଛି ଡର । ସୁବର୍ଣ୍ଣରେଖା ନଦୀର ଉଛୁଳା ପାଣିରେ ଅସ୍ତବ୍ୟସ୍ତ ବାଲେଶ୍ବର ଜିଲ୍ଲାର ୩ ବ୍ଲକ୍ । କେଉଁଠି ମୁଖ୍ୟ ରାସ୍ତାରେ ଅଣ୍ଟାଏ ତ, ଆଉ କେଉଁଠି ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଭିତରେ ଯା'ଆସ କରୁଛନ୍ତି ଲୋକେ ।