FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଧର୍ମେନ୍ଦ୍ର ପ୍ରଧାନ କହିଲେ…

ଭୁବନେଶ୍ୱର,୧୪।୭: ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଯେତେ ନିନ୍ଦା କଲେ ବି କମ ହେବ। ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି, ସାମ୍ନା କରିବାକୁ ପଡ଼ିବ। ଆଗକୁ ରାଜ୍ୟ ସରକାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ। ଏବେ […] The post FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଧର୍ମେନ୍ଦ୍ର ପ୍ରଧାନ କହିଲେ… appeared first on Dharitri Odia News.

FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଧର୍ମେନ୍ଦ୍ର ପ୍ରଧାନ କହିଲେ…

ଭୁବନେଶ୍ୱର,୧୪।୭: ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଯେତେ ନିନ୍ଦା କଲେ ବି କମ ହେବ। ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି, ସାମ୍ନା କରିବାକୁ ପଡ଼ିବ। ଆଗକୁ ରାଜ୍ୟ ସରକାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ। ଏବେ ରାଜନୀତି କରିବାର ବେଳ ନୁହେଁ, ଉତ୍ତମ ଚିକିତ୍ସା ଯୋଗାଇବା ପ୍ରାଥମିକତା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବାଲେଶ୍ବରରେ ବିଜେଡି, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି କରାଯାଇଛି।

ସେପଟେ କ୍ରାଇମବ୍ରାଞ୍ଚ ଛାନଭିନ ଚଳାଇଛି। କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛନ୍ତି। କଲେଜର ଛାତ୍ରୀଛାତ୍ର ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ଏହି ଟିମ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା। କଲେଜର ଇଣ୍ଟରନାଲ କମ୍ପ୍ଲେନ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି।

The post FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଧର୍ମେନ୍ଦ୍ର ପ୍ରଧାନ କହିଲେ… appeared first on Dharitri Odia News.