FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ବଡ଼ ରହସ୍ୟ ଖୋଲିଲେ ପୀଡିତାଙ୍କ ବାପା
ଭୁବନେଶ୍ୱର,୧୪।୭: ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ ପୀଡିତାଙ୍କ ବାପା ସାଂଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, କର୍ତ୍ତୃପକ୍ଷଙ୍କ ରୁମରୁ ବାହାରି ମୋ ଝିଅ ଏମିତି ପଦକ୍ଷେପ ନେଲା। କଲେଜ କର୍ତ୍ତୃପକ୍ଷ ଦାୟୀ, ଅଧ୍ୟକ୍ଷ ହିଁ ନିଶ୍ଚିତ ଦାୟୀ। ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। କିଛି ନା କିଛି ନିଶ୍ଚିତ କାରଣ ଅଛି। ଯାହା ପାଇଁ ମୋ ଝିଅ ଏମିତି ଉଦ୍ୟମ କଲା। […] The post FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ବଡ଼ ରହସ୍ୟ ଖୋଲିଲେ ପୀଡିତାଙ୍କ ବାପା appeared first on Dharitri Odia News.
ଭୁବନେଶ୍ୱର,୧୪।୭: ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ ପୀଡିତାଙ୍କ ବାପା ସାଂଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, କର୍ତ୍ତୃପକ୍ଷଙ୍କ ରୁମରୁ ବାହାରି ମୋ ଝିଅ ଏମିତି ପଦକ୍ଷେପ ନେଲା। କଲେଜ କର୍ତ୍ତୃପକ୍ଷ ଦାୟୀ, ଅଧ୍ୟକ୍ଷ ହିଁ ନିଶ୍ଚିତ ଦାୟୀ। ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। କିଛି ନା କିଛି ନିଶ୍ଚିତ କାରଣ ଅଛି। ଯାହା ପାଇଁ ମୋ ଝିଅ ଏମିତି ଉଦ୍ୟମ କଲା।
ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବାଲେଶ୍ବରରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି କରାଯାଇଛି।
ଭୁବନେଶ୍ବର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡିତା ଛାତ୍ରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବା ବେଳେ ଫୁସଫୁସ, ହୃତପିଣ୍ଡ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏବେ ପୀତିଡାଙ୍କର ଡାଏଲିସିସ କରାଯାଉଛି। ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ଏମ୍ସର ପରାମର୍ଶ ଅନୁଯାୟୀ ଡାଏଲିସିସ କରାଯାଉଥିବା ଜଣାପଡିଛି।
The post FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ବଡ଼ ରହସ୍ୟ ଖୋଲିଲେ ପୀଡିତାଙ୍କ ବାପା appeared first on Dharitri Odia News.