Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…
ନୂଆଦିଲ୍ଲୀ,୬।୩: ଇନ୍ଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ଦର୍ଶାଯାଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ପୂର୍ବାପେକ୍ଷା ୪୫ ପ୍ରତିଶତ ମୃତ୍ୟୁ ବଢ଼ିଥିଲା। ୨୦୨୩ରେ ୫୧୭ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଗତବର୍ଷ ଏଥିରେ ୨ ଗୁଣା ବୃଦ୍ଧି ଦେଖିବାକୁ ମିଳିଥିଲା। ୧୬୩ ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ସୂଚକାଙ୍କ ଶୀର୍ଷରେ ବୁର୍କିନା ଫାସୋ ରହିଥିବା […] The post Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ… appeared first on Dharitri Odia News.
ନୂଆଦିଲ୍ଲୀ,୬।୩: ଇନ୍ଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ଦର୍ଶାଯାଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ପୂର୍ବାପେକ୍ଷା ୪୫ ପ୍ରତିଶତ ମୃତ୍ୟୁ ବଢ଼ିଥିଲା। ୨୦୨୩ରେ ୫୧୭ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଗତବର୍ଷ ଏଥିରେ ୨ ଗୁଣା ବୃଦ୍ଧି ଦେଖିବାକୁ ମିଳିଥିଲା। ୧୬୩ ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ସୂଚକାଙ୍କ ଶୀର୍ଷରେ ବୁର୍କିନା ଫାସୋ ରହିଥିବା ବେଳେ ଭାରତର ସ୍ଥାନ ଚତୁର୍ଦ୍ଦଶରେ ରହିଛି।
ଆକ୍ରମଣ, ମୃତାହତଙ୍କ ସଂଖ୍ୟା ଓ ଦେଶ ଉପରେ ଏହାର ପ୍ରଭାବକୁ ନେଇ ଏହି ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଥାଏ। ଆଫଗାନିସ୍ତାନ ସହ ଅନୁବନ୍ଧିତ ତେହରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଯୋଗୁ ପଡ଼ୋଶୀ ଦେଶରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବା ଏଥିରେ ଦର୍ଶାଯାଇଛି। ଗତବର୍ଷ ଆତଙ୍କବାଦୀ ଆକ୍ରମଣ ଜନିତ ମୋଟ ମୃତ୍ୟୁର ଅଧାରୁ ଅଧିକ ପ୍ରାଣହାନି ପାଇଁ ଟିଟିପିକୁ ଦାୟୀ କରାଯାଇଛି।
The post Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ… appeared first on Dharitri Odia News.