Grandqueens Leadership Award, ୨୧ ସଫଳ ମହିଳାଙ୍କୁ ମିଳିଲା ସମ୍ମାନ

ଭୁବନେଶ୍ୱର ୧୭।୦୩ : Grandqueens Leadership Award ୨୦୨୪। ଭୁବନେଶ୍ୱର ସ୍ଥିତ ହୋଟେଲ ସୂର୍ଯ୍ୟ ପ୍ୟାଲେସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୨୧ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗ ଦେଇଥିଲେ। ଏହାବ୍ୟତୀତ STPINEXTର COO ଲୋପାମିଶ୍ର ଜନ ମଧ୍ୟ ଯୋଗ ଦେଇଥିଲେ । ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ କରିଥିଲେ ସମ୍ମାନିତ ।  ଗ୍ରାଣ୍ଡ କୁଇନ୍ସ କ୍ଲବର ଓଡିଶା ୟୁନିଟ୍ର ସଭାପତି ଶ୍ରୀମତୀ ମୁନ୍‌ମୁନ୍ ସିଂଙ୍କ ଅଧ୍ୟକ୍ଷତାରେ ଗତ ୩ ବର୍ଷ ଧରି ରାଜ୍ୟରେ ଏହି ସଂଗଠନ କାମ କରୁଛି । ଆଉ ଲଗାତର ଭାବେ ଆଗକୁ ମଧ୍ୟ ବଢି ଚାଲିଛି । ତେବେ ପୁରସ୍କୃତ ହୋଇଥିବା ମହିଳା ମାନେ ଓଡିଶାର ବିଭିନ୍ନ ସହରରୁ ଆସିଥିଲେ । ଅନୁଷ୍ଠାନର ସଂଯୋଜକ ତଥା ପ୍ରତିଷ୍ଠାତା ଡା.ସୌରଭ ସୁରେକା ଏବଂ ସହ-ପ୍ରତିଷ୍ଠାତା ଶ୍ରୀମତୀ ରୁପା ସୁରେକା ଗତ ୭ ବର୍ଷ ଧରି ଗ୍ରାଣ୍ଡ କୁଇନ୍ସ କ୍ଲବର ଏହି ଧାରଣା ଉପରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଏହା ସଫଳ ମହିଳାଙ୍କ ଭିତରେ ପ୍ରେରଣାତ୍ମକ ଚମତ୍କାର ସମ୍ପ୍ରଦାୟ ଗଠନ କରିଛି । ତେବେ ଏହି ପୁରସ୍କାର ୨୦୨୦ ମସିହାରେ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଏବଂ ସେବେ ଠାରୁ ସମଗ୍ର ଭାରତ ଭ୍ରମଣ କରୁଛି । ଗ୍ରାଣ୍ଡ କୁଇନ୍ସର କୋଲକାତା, ଭୁବନେଶ୍ୱର, ପାଟନା ଏବଂ ଅଜମେର ସଂସ୍କରଣ ଏ

Grandqueens Leadership Award, ୨୧ ସଫଳ ମହିଳାଙ୍କୁ ମିଳିଲା ସମ୍ମାନ

ଭୁବନେଶ୍ୱର ୧୭।୦୩ : Grandqueens Leadership Award ୨୦୨୪। ଭୁବନେଶ୍ୱର ସ୍ଥିତ ହୋଟେଲ ସୂର୍ଯ୍ୟ ପ୍ୟାଲେସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୨୧ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗ ଦେଇଥିଲେ। ଏହାବ୍ୟତୀତ STPINEXTର COO ଲୋପାମିଶ୍ର ଜନ ମଧ୍ୟ ଯୋଗ ଦେଇଥିଲେ । ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ କରିଥିଲେ ସମ୍ମାନିତ ।  

ଗ୍ରାଣ୍ଡ କୁଇନ୍ସ କ୍ଲବର ଓଡିଶା ୟୁନିଟ୍ର ସଭାପତି ଶ୍ରୀମତୀ ମୁନ୍‌ମୁନ୍ ସିଂଙ୍କ ଅଧ୍ୟକ୍ଷତାରେ ଗତ ୩ ବର୍ଷ ଧରି ରାଜ୍ୟରେ ଏହି ସଂଗଠନ କାମ କରୁଛି । ଆଉ ଲଗାତର ଭାବେ ଆଗକୁ ମଧ୍ୟ ବଢି ଚାଲିଛି । ତେବେ ପୁରସ୍କୃତ ହୋଇଥିବା ମହିଳା ମାନେ ଓଡିଶାର ବିଭିନ୍ନ ସହରରୁ ଆସିଥିଲେ । ଅନୁଷ୍ଠାନର ସଂଯୋଜକ ତଥା ପ୍ରତିଷ୍ଠାତା ଡା.ସୌରଭ ସୁରେକା ଏବଂ ସହ-ପ୍ରତିଷ୍ଠାତା ଶ୍ରୀମତୀ ରୁପା ସୁରେକା ଗତ ୭ ବର୍ଷ ଧରି ଗ୍ରାଣ୍ଡ କୁଇନ୍ସ କ୍ଲବର ଏହି ଧାରଣା ଉପରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଏହା ସଫଳ ମହିଳାଙ୍କ ଭିତରେ ପ୍ରେରଣାତ୍ମକ ଚମତ୍କାର ସମ୍ପ୍ରଦାୟ ଗଠନ କରିଛି । 

ତେବେ ଏହି ପୁରସ୍କାର ୨୦୨୦ ମସିହାରେ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଏବଂ ସେବେ ଠାରୁ ସମଗ୍ର ଭାରତ ଭ୍ରମଣ କରୁଛି । ଗ୍ରାଣ୍ଡ କୁଇନ୍ସର କୋଲକାତା, ଭୁବନେଶ୍ୱର, ପାଟନା ଏବଂ ଅଜମେର ସଂସ୍କରଣ ଏହି ମାସରେ ଆୟୋଜିତ ହେବ। ଏହି ପୁରସ୍କାରରେ ବାଂଲାଦେଶ, ୟୁଏଇ, ୟୁକେ, ଆମେରିକା, ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶରୁ ବିଜେତା ଅଛନ୍ତି । ଗ୍ରାଣ୍ଡ କୁଇନ୍ସ କ୍ଲବ ହେଉଛି ବିଭିନ୍ନ କ୍ଷେତ୍ର ଏବଂ ବୟସ ବର୍ଗର ସମସ୍ତ କାର୍ଯ୍ୟରତ ମହିଳାମାନଙ୍କର ଏକ ଫୋରମ୍ । ତେବେ ଏହି ଅବସରରେ ମୁନ୍‌ମୁନ୍‌ ସିଂଙ୍କୁ ଗ୍ରାଣ୍ଡକ୍ୟୁଇନ୍‌ ଭାବେ ପୁରସ୍କୁତ ମଧ୍ୟ କରାଯାଇଥିଲା ।