GST ସଂଗ୍ରହରେ ସର୍ବକାଳୀନ ରେକର୍ଡ: ପୁରିଲା ସରକାରୀ ଖଜଣା
ନୂଆଦିଲ୍ଲୀ,୧।୫: ଭାରତର ଅର୍ଥନୀତି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏପ୍ରିଲ ୨୦୨୫ରେ ଦ୍ରବ୍ୟ ଏବଂ ସେବା କର (GST) ସଂଗ୍ରହ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୨.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ଗତ ବର୍ଷ ଏପ୍ରିଲ ୨୦୨୪ରେ ସଂଗୃହୀତ ୨.୧୦ ଲକ୍ଷ କୋଟି ତୁଳନାରେ ୧୨.୬% ଅଧିକ। ଏହି ବୃଦ୍ଧି ଦେଶର ଅର୍ଥନୈତିକ ସ୍ଥିତିଶୀଳତା ଓ ଟ୍ୟାକ୍ସ ପ୍ରଶାସନର ଦକ୍ଷତାକୁ ପ୍ରତିଫଳିତ କରୁଛି। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୫ରେ ଘରୋଇ କାରବାରରୁ […] The post GST ସଂଗ୍ରହରେ ସର୍ବକାଳୀନ ରେକର୍ଡ: ପୁରିଲା ସରକାରୀ ଖଜଣା appeared first on Dharitri Odia News.
ନୂଆଦିଲ୍ଲୀ,୧।୫: ଭାରତର ଅର୍ଥନୀତି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏପ୍ରିଲ ୨୦୨୫ରେ ଦ୍ରବ୍ୟ ଏବଂ ସେବା କର (GST) ସଂଗ୍ରହ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୨.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ଗତ ବର୍ଷ ଏପ୍ରିଲ ୨୦୨୪ରେ ସଂଗୃହୀତ ୨.୧୦ ଲକ୍ଷ କୋଟି ତୁଳନାରେ ୧୨.୬% ଅଧିକ। ଏହି ବୃଦ୍ଧି ଦେଶର ଅର୍ଥନୈତିକ ସ୍ଥିତିଶୀଳତା ଓ ଟ୍ୟାକ୍ସ ପ୍ରଶାସନର ଦକ୍ଷତାକୁ ପ୍ରତିଫଳିତ କରୁଛି।
ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୫ରେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ୱ ୧୦.୭% ବୃଦ୍ଧି ପାଇ ୧.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଆମଦାନୀ ପଣ୍ୟରୁ ସଂଗୃହୀତ GST ୨୦.୮% ବୃଦ୍ଧି ପାଇ ୪୬,୯୧୩ କୋଟି ଟଙ୍କା ହୋଇଛି। ରିଫଣ୍ଡ ଆଡଜଷ୍ଟ କରିବା ପରେ ନେଟ୍ GST ରାଜସ୍ୱ ୯.୧% ବୃଦ୍ଧି ପାଇ ୨.୦୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଏହି ରେକର୍ଡ ସଂଗ୍ରହରେ ସେଣ୍ଟ୍ରାଲ GST (CGST) ୪୩,୮୪୬ କୋଟି, ଷ୍ଟେଟ୍ GST (SGST) ୫୩,୫୩୮ କୋଟି, ଇଣ୍ଟିଗ୍ରେଟେଡ୍ GST (IGST) ୯୯,୬୨୩ କୋଟି (ଆମଦାନୀ ପଣ୍ୟରୁ ୩୭,୮୨୬ କୋଟି ସହିତ) ଏବଂ ସେସ୍ ୧୩,୨୬୦ କୋଟି (ଆମଦାନୀ ପଣ୍ୟରୁ ୧,୦୦୮ କୋଟି ସହିତ) ରହିଛି।
The post GST ସଂଗ୍ରହରେ ସର୍ବକାଳୀନ ରେକର୍ଡ: ପୁରିଲା ସରକାରୀ ଖଜଣା appeared first on Dharitri Odia News.