GST ହ୍ରାସ ପାଇଁ ଚାଲିଛି ପ୍ରସ୍ତୁତି! ମଧ୍ୟମବର୍ଗଙ୍କୁ ମିଳିପାରେ ଆଶ୍ୱସ୍ତି
ନୂଆଦିଲ୍ଲୀ ୧୩।୭: ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସୁଛି। ଆଗାମୀ ଜିଏସଟି କାଉନସିଲ ବୈଠକରେ ଘରୋଇ ଉପଯୋଗର ଅନେକ ବସ୍ତୁର ଟ୍ୟାକ୍ସ ହାର ହ୍ରାସ ପ୍ରସ୍ତାବ ଚର୍ଚ୍ଚାରେ ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୋଇଯାଏ ଏହାର ସିଧା ଲାଭ ମିଡିଲ କ୍ଲାସ୍ ଓ ଲୋଅର ଇନକମ ଗ୍ରୁପକୁ ମିଳିବ। ସରକାର ୮ ବର୍ଷ ପୁରୁଣା ଜିଏସଟି ଢାଞ୍ଚାର ସମୀକ୍ଷା କରୁଛନ୍ତି, ଯେଉଁଥିରେ ଖାସ କରି ୧୨% ଟ୍ୟାକ୍ସ ସ୍ଲାବ ବସ୍ତୁ ଗୁଡିକୁ ରିହାତି ଦେବା ପାଇଁ ବିଚାର ହେଉଛି। ୧୨% ସ୍ଲାବରେ ଏପରି ସବୁ ବସ୍ତୁ ଆସୁଛି ଯେଉଁଗୁଡିକ ଦୈନନ୍ଦିନ ଜୀବନରେ ଆବଶ୍ୟକତାରେ ଆସୁଛି। ଯେପରି ଆଚାର, ଘିଅ, ଜାମ, ଚଟଣୀ, ଫ୍ରୁଟ ଜୁସ୍, ପଇଡ ପାଣି, ଟୁଥପେଷ୍ଟ, ସାଇକେଲ, ଛତା,ମୋବାଇଲ ଫୋନ,ପ୍ରୋସେସଡ୍ ଫୁଡ, ଜୋତା ଓ ପୋଷାକ ଆଦି। ସରକାର ଭାବୁଛନ୍ତି ଏହି ସବୁ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେଲେ ଲୋକଙ୍କ ପକେଟ ଉପରୁ ବୋଝ କମିବ ଓ ଏପରି ଜିନିଷର ଚାହିଦା ବଢିବ। ଏଣୁ ଅର୍ଥ ବ୍ୟବସ୍ଥାକୁ ନୂଆ ବଳ ମିଳିବ। ଏଥିରେ ଏବେ ପ୍ୟୋର ଟର୍ମ ଇନସ୍ୟୁରାନ୍ସ ପ୍ଲାନ ଉପରେ ୧୮% ଜିଏସଟି ଲାଗୁଛି। ତେବେ ସରକାର ଏହାକୁ ୧୨%କୁ ଆଣିବା ପାଇଁ ଯୋଜନା କରୁଛନ୍ତି। ଏହା ସହିତ ହେଲଥ ଇନସ୍ୟୁରାନ୍ସ ଉପରେ ଟ୍ୟାକ୍ସ ରିହାତି ମଧ୍ୟ ମିଳିପାରେ। ଏଣୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆପଣେଇବା ସାଧାରଣ ଲୋକଙ୍କ ଲାଗି ଏବେ ସହଜ ହେବ। ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଜିଏସଟି ହାର ହ୍ରାସ ଯୋଗୁ ନା କେବଳ
ନୂଆଦିଲ୍ଲୀ ୧୩।୭: ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସୁଛି। ଆଗାମୀ ଜିଏସଟି କାଉନସିଲ ବୈଠକରେ ଘରୋଇ ଉପଯୋଗର ଅନେକ ବସ୍ତୁର ଟ୍ୟାକ୍ସ ହାର ହ୍ରାସ ପ୍ରସ୍ତାବ ଚର୍ଚ୍ଚାରେ ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୋଇଯାଏ ଏହାର ସିଧା ଲାଭ ମିଡିଲ କ୍ଲାସ୍ ଓ ଲୋଅର ଇନକମ ଗ୍ରୁପକୁ ମିଳିବ। ସରକାର ୮ ବର୍ଷ ପୁରୁଣା ଜିଏସଟି ଢାଞ୍ଚାର ସମୀକ୍ଷା କରୁଛନ୍ତି, ଯେଉଁଥିରେ ଖାସ କରି ୧୨% ଟ୍ୟାକ୍ସ ସ୍ଲାବ ବସ୍ତୁ ଗୁଡିକୁ ରିହାତି ଦେବା ପାଇଁ ବିଚାର ହେଉଛି।
୧୨% ସ୍ଲାବରେ ଏପରି ସବୁ ବସ୍ତୁ ଆସୁଛି ଯେଉଁଗୁଡିକ ଦୈନନ୍ଦିନ ଜୀବନରେ ଆବଶ୍ୟକତାରେ ଆସୁଛି। ଯେପରି ଆଚାର, ଘିଅ, ଜାମ, ଚଟଣୀ, ଫ୍ରୁଟ ଜୁସ୍, ପଇଡ ପାଣି, ଟୁଥପେଷ୍ଟ, ସାଇକେଲ, ଛତା,ମୋବାଇଲ ଫୋନ,ପ୍ରୋସେସଡ୍ ଫୁଡ, ଜୋତା ଓ ପୋଷାକ ଆଦି। ସରକାର ଭାବୁଛନ୍ତି ଏହି ସବୁ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେଲେ ଲୋକଙ୍କ ପକେଟ ଉପରୁ ବୋଝ କମିବ ଓ ଏପରି ଜିନିଷର ଚାହିଦା ବଢିବ। ଏଣୁ ଅର୍ଥ ବ୍ୟବସ୍ଥାକୁ ନୂଆ ବଳ ମିଳିବ।
ଏଥିରେ ଏବେ ପ୍ୟୋର ଟର୍ମ ଇନସ୍ୟୁରାନ୍ସ ପ୍ଲାନ ଉପରେ ୧୮% ଜିଏସଟି ଲାଗୁଛି। ତେବେ ସରକାର ଏହାକୁ ୧୨%କୁ ଆଣିବା ପାଇଁ ଯୋଜନା କରୁଛନ୍ତି। ଏହା ସହିତ ହେଲଥ ଇନସ୍ୟୁରାନ୍ସ ଉପରେ ଟ୍ୟାକ୍ସ ରିହାତି ମଧ୍ୟ ମିଳିପାରେ। ଏଣୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆପଣେଇବା ସାଧାରଣ ଲୋକଙ୍କ ଲାଗି ଏବେ ସହଜ ହେବ। ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଜିଏସଟି ହାର ହ୍ରାସ ଯୋଗୁ ନା କେବଳ ଗ୍ରାହକଙ୍କୁ ଲାଭ ମିଳିବ ବରଂ ବଜାରରେ ବିକ୍ରି ବଢିବ। ଏହା ଦ୍ୱାରା ସରକାର ଦୀର୍ଘ ଅବଧିରେ ଅଧିକ ରାଜସ୍ୱ ଆୟ କରିବେ।
ତେବେ ଏହି ପ୍ରସ୍ତାବ ସବୁ ଲାଗୁ କରିବାରେ ରାଜ୍ୟଙ୍କ ସହମତି ଜରୁରି। ଅନେକ ରାଜ୍ୟ ପୂର୍ବରୁ ଟ୍ୟାକ୍ସ ହ୍ରାସକୁ ବିରୋଧ କରିଛନ୍ତି। କାରଣ ଏହା ଦ୍ୱାରା ରାଜ୍ୟ ରାଜସ୍ୱ ହ୍ରାସର ଆଶଙ୍କା ରହୁଛି। ତେବେ ଏଥର ବୈଠକରେ ଜିଏସଟି ଶୁଳ୍କ ହାର ହ୍ରାସ ରେ ରାଜ୍ୟଙ୍କ ରାଜନୈତିକ ସହଯୋଗ ମିଳି ପାରୁଛି କି ନା।