HIVକୁ ମୂଳରୁ ଶେଷ କରିପାରିବେ ଡାକ୍ତର, ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା !
ନୂଆଦିଲ୍ଲୀ: CRISPR ନାମକ ଏକ ଶକ୍ତିଶାଳୀ ପ୍ରଯୁକ୍ତି ସାହାଯ୍ୟରେ HIVର ଚିକିତ୍ସା ଦିଗରେ ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । CRISPRକୁ ଆଣବିକ କଇଁଚି (molecular scissors) ରୂପେ ଜଣା ଯାଇଥାଏ ଏବଂ ବୈଜ୍ଞାନିକମାନେ ଏହାକୁ ଉପଯୋଗ କରି ଏଚଆଇଭିର ଡିଏନଏକୁ ସଂକ୍ରମିତ କୋଷିକାରୁ ଅଲଗା କରିିଥାନ୍ତି ।ବିବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହା ମେଡିକାଲ ସାଇନ୍ସ ପାଇଁ ବଡ଼ ଉପଲବ୍ଧି ଅଟେ, କାରଣ ବର୍ତ୍ତମାନ ଉପଲବ୍ଧ ଚିକିତ୍ସା ଏଚଆଇଭିକୁ ନିୟନ୍ତ୍ରଣ କରିପାରେ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରାଯାଇ ପାରିବ ନାହିଁ ।ପଢନ୍ତୁ: ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିରଆମଷ୍ଟେରଡମ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଚଆଇଭିର ଚିକିତ୍ସା ପାଇଁ ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ଏକ ମେଡିକାଲ କନଫରେନ୍ସରେ ନିଜ ପରିଣାମକୁ ସାର୍ବଜାନୀନ କରିଛନ୍ତି । ସେ କହିଛନ୍ତି ଯେ ଏହା ପ୍ରାରମ୍ଭିକ କନସେପ୍ଟ ଏବଂ ଏଥିରେ ତୁରନ୍ତ ଚିକିତ୍ସା ହେବ ନାହିଁ । ଏପରି ସ୍ଥିତିରେ ବୈଜ୍ଞାନିକଙ୍କୁ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଚିକିତ୍ସା କେତେ ସୁରକ୍ଷିତ ଏବଂ ପ୍ରଭାବୀ ଜଣାପଡିବ ।ନର୍ଟିଂଘମ ବିଶ୍ୱବିଦ୍ୟାଳୟର ଷ୍ଟେନ ସେଲ ଏବଂ ଜିନ୍ ଥେରେପି ଟେକ୍ନୋଲଜିର ଆସୋସିଏଟ୍ ପ୍ରଫେସର ଡ.ଜେମ୍ସ ଡିକ୍ସନ କହିଛନ୍ତି ଯେ ଏଚଆଇଭିର ଚିକିତ୍ସା ପାଇଁ
ନୂଆଦିଲ୍ଲୀ: CRISPR ନାମକ ଏକ ଶକ୍ତିଶାଳୀ ପ୍ରଯୁକ୍ତି ସାହାଯ୍ୟରେ HIVର ଚିକିତ୍ସା ଦିଗରେ ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । CRISPRକୁ ଆଣବିକ କଇଁଚି (molecular scissors) ରୂପେ ଜଣା ଯାଇଥାଏ ଏବଂ ବୈଜ୍ଞାନିକମାନେ ଏହାକୁ ଉପଯୋଗ କରି ଏଚଆଇଭିର ଡିଏନଏକୁ ସଂକ୍ରମିତ କୋଷିକାରୁ ଅଲଗା କରିିଥାନ୍ତି ।
ବିବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହା ମେଡିକାଲ ସାଇନ୍ସ ପାଇଁ ବଡ଼ ଉପଲବ୍ଧି ଅଟେ, କାରଣ ବର୍ତ୍ତମାନ ଉପଲବ୍ଧ ଚିକିତ୍ସା ଏଚଆଇଭିକୁ ନିୟନ୍ତ୍ରଣ କରିପାରେ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରାଯାଇ ପାରିବ ନାହିଁ ।
ପଢନ୍ତୁ: ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର
ଆମଷ୍ଟେରଡମ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଚଆଇଭିର ଚିକିତ୍ସା ପାଇଁ ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ଏକ ମେଡିକାଲ କନଫରେନ୍ସରେ ନିଜ ପରିଣାମକୁ ସାର୍ବଜାନୀନ କରିଛନ୍ତି । ସେ କହିଛନ୍ତି ଯେ ଏହା ପ୍ରାରମ୍ଭିକ କନସେପ୍ଟ ଏବଂ ଏଥିରେ ତୁରନ୍ତ ଚିକିତ୍ସା ହେବ ନାହିଁ । ଏପରି ସ୍ଥିତିରେ ବୈଜ୍ଞାନିକଙ୍କୁ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଚିକିତ୍ସା କେତେ ସୁରକ୍ଷିତ ଏବଂ ପ୍ରଭାବୀ ଜଣାପଡିବ ।
ନର୍ଟିଂଘମ ବିଶ୍ୱବିଦ୍ୟାଳୟର ଷ୍ଟେନ ସେଲ ଏବଂ ଜିନ୍ ଥେରେପି ଟେକ୍ନୋଲଜିର ଆସୋସିଏଟ୍ ପ୍ରଫେସର ଡ.ଜେମ୍ସ ଡିକ୍ସନ କହିଛନ୍ତି ଯେ ଏଚଆଇଭିର ଚିକିତ୍ସା ପାଇଁ CRISPR ସାହାଯ୍ୟରେ ରିସର୍ଚ୍ଚର ପୂର୍ଣ୍ଣ ମୂଲ୍ୟାଙ୍କନ ଆବଶ୍ୟକ ଅଟେ ।