IAS ପୂଜା ଖେଡକରଙ୍କ ବଢିଲା ଅଡ଼ୁଆ, ପୁଣେ କଲେକ୍ଟରଙ୍କୁ ରିପୋର୍ଟ ମାଗିଲା ପିଏମଓ, ଆକ୍ସନରେ LBSNA
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢିପାରେ । ପୁଣେରେ ପ୍ରୋବେଶନ ପିରିୟଡ୍ ବେଳେ ବିଭିନ୍ନ ପ୍ରକାର ଦାବି କରି ବିବାଦକୁ ଆସିଥିବା ପୂଜା ଖେଡକରଙ୍କ ବିରୋଧରେ ଆକ୍ସନ ନିଆଯାଇପାରେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପଦବୀ ପାଇଁ ଶାରୀରିକ ଭିନ୍ନକ୍ଷମ ଶ୍ରେଣୀ ଏବଂ ଓବିସି କୋଟାରୁ ଲାଭର କଥିତ ଦୁରୁପଯୋଗ କରିବା ମାମଲାରେ ପୁଣେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛି । ଏହା ବ୍ୟତୀତ, ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ଦେଉଥିବା ଲାଲ ବହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ଦ୍ୱାରା ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଏହି ମାମଲାରେ ରିପୋର୍ଟ ମଗାଯାଇଛି । ଅର୍ଥାତ୍ ପୂଜାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।ପୂଜା ଖେଡକରଙ୍କୁ ଜୁଲାଇ ୮ରେ ମହାରାଷ୍ଟ୍ର ସରକାର ଧମକାଇବା ଏବଂ ଅପମାନଜନକ ବ୍ୟବହାର ଅଭିଯୋଗରେ ପୁଣେରୁ ୱାସିମ ଟ୍ରାନ୍ସଫର କରିଥିଲେ । ଏହାପରେ ସେ ଗୁରୁବାର ସେ ୱାସିମରେ ଜଏନ୍ କରିଛନ୍ତି । ପୂଜା ଗୁରୁବାର କହିଛନ୍ତି, 'ମୁଁ ୱାସିମ୍ ଜିଲ୍ଲା କଲେକ୍ଟରେଟରେ ସାମିଲ ହୋଇଛି ଏବଂ କାମ କରିବା ପାଇଁ ଉତ୍ସୁକ ଅଛି ।' ଅନ୍ୟପଟେ ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପୂଜା ଖେଡକର କହିଛନ୍ତି ଯେ ମିଡିଆକୁ ପ୍ରତିକ୍ରିୟା ଦେବା ପାଇଁ ଅଧିକୃତ ନାହାନ୍ତି । ସେ କହିଛନ୍ତି, 'ସରକାରୀ ନିୟମ ଅନୁସାରେ ଏହି ମାମଲରେ କିଛି କହିବା ପାଇଁ ଅନୁମତି ଦେଉ ନାହିଁ ।
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢିପାରେ । ପୁଣେରେ ପ୍ରୋବେଶନ ପିରିୟଡ୍ ବେଳେ ବିଭିନ୍ନ ପ୍ରକାର ଦାବି କରି ବିବାଦକୁ ଆସିଥିବା ପୂଜା ଖେଡକରଙ୍କ ବିରୋଧରେ ଆକ୍ସନ ନିଆଯାଇପାରେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପଦବୀ ପାଇଁ ଶାରୀରିକ ଭିନ୍ନକ୍ଷମ ଶ୍ରେଣୀ ଏବଂ ଓବିସି କୋଟାରୁ ଲାଭର କଥିତ ଦୁରୁପଯୋଗ କରିବା ମାମଲାରେ ପୁଣେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛି । ଏହା ବ୍ୟତୀତ, ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ଦେଉଥିବା ଲାଲ ବହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ଦ୍ୱାରା ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଏହି ମାମଲାରେ ରିପୋର୍ଟ ମଗାଯାଇଛି । ଅର୍ଥାତ୍ ପୂଜାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ପୂଜା ଖେଡକରଙ୍କୁ ଜୁଲାଇ ୮ରେ ମହାରାଷ୍ଟ୍ର ସରକାର ଧମକାଇବା ଏବଂ ଅପମାନଜନକ ବ୍ୟବହାର ଅଭିଯୋଗରେ ପୁଣେରୁ ୱାସିମ ଟ୍ରାନ୍ସଫର କରିଥିଲେ । ଏହାପରେ ସେ ଗୁରୁବାର ସେ ୱାସିମରେ ଜଏନ୍ କରିଛନ୍ତି । ପୂଜା ଗୁରୁବାର କହିଛନ୍ତି, 'ମୁଁ ୱାସିମ୍ ଜିଲ୍ଲା କଲେକ୍ଟରେଟରେ ସାମିଲ ହୋଇଛି ଏବଂ କାମ କରିବା ପାଇଁ ଉତ୍ସୁକ ଅଛି ।' ଅନ୍ୟପଟେ ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପୂଜା ଖେଡକର କହିଛନ୍ତି ଯେ ମିଡିଆକୁ ପ୍ରତିକ୍ରିୟା ଦେବା ପାଇଁ ଅଧିକୃତ ନାହାନ୍ତି । ସେ କହିଛନ୍ତି, 'ସରକାରୀ ନିୟମ ଅନୁସାରେ ଏହି ମାମଲରେ କିଛି କହିବା ପାଇଁ ଅନୁମତି ଦେଉ ନାହିଁ । ତେଣୁ ମୁଁ କିଛି କହିପାରିବି ନାହିଁ ।'
ପୁଣେ ଜିଲ୍ଲାପାଳ ସୁହାସ ଦିବସେ କଲେକ୍ଟରେଟରେ ପୂଜା ଖେଡକରଙ୍କ ଦୁର୍ବ୍ୟବହାର ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିତିନ ଗଦ୍ରେଙ୍କୁ ରିପୋର୍ଟ କରିଥିଲେ । ଏହାପରେ ପୂଜାଙ୍କୁ ୱାସିମ ଟ୍ରାନ୍ସଫର କରି ଦିଆଯାଇଛି । ମହାରାଷ୍ଟ୍ର କ୍ୟାଡରର ୨୦୨୩ ବ୍ୟାଚର ଆଇଏଏସ୍ ଅଧିକାରୀ ଖେଡକରଙ୍କ ବିରୋଧରେ ଭାରତୀୟ ପ୍ରଶାସନିକ ସେବାରେ ପଦ ପାଇବା ପାଇଁ ଶାରୀରିକ ଭିନ୍ନକ୍ଷମ ଶ୍ରେଣୀ ଏବଂ ଅନ୍ୟ ପଛୁଆ ବର୍ଗ (ଓବିସି) କୋଟା ଅଧିନରେ କଥିତ ରୂପେ ଦୁରୁପଯୋଗ କରିବା ଅଭିଯୋଗ ଆସିଛି ।